Fri. Mar 6th, 2026

ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୁହଁ ବନ୍ଧା ମୃତଦେହ, ହତ୍ୟା ସନ୍ଦେହ

299 Views

ପୁରୀ/ପିପିଲି   :   ଆଜି ସକାଳେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ରାଉତ ପଡ଼ା ଗ୍ରାମ ନିକଟସ୍ଥ ଏକ ବିଲରେ ଦୁଇଜଣ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟ ମୃତ ଯୁବକଯୁବତୀ ପରସ୍ପରକୁ ପ୍ରେମ କରୁଥିଲେ ବୋଲି ପୁଲିସର ପ୍ର୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଯୁବତୀ ଓ ଯୁବକ ଦୁଇଜଣ ଆତ୍ମହତ୍ୟା କରିଥିବା ଲୋକେ କହୁଥିଲା ବେଳେ ପାରିପାର୍ଶ୍ୱିକ ଅବସ୍ଥାରୁ ଉଭୟଙ୍କୁ ହତ୍ୟା କରି ଆଣି ଗଛରେ ଝୁଲାଇ ଦିଆଯାଇଥଇବା ନେଇ ପୁଲିସ ସନ୍ଦେହ କରୁଛି। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ଙ୍କୁ ଘଟଣାସ୍ଥଳକୁ ଡ଼କାଯାଇଛି ।ସାଇଷ୍ଟିଫିକ୍‌ ଟିମ୍‌ ସେମାନଙ୍କ ଅନୁସନ୍ଧାନ କର ସାରିବା ପରେ ପୁଲସ ମୃତଦେହ ଦ୍ୱୟ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇବ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଉତପଡ଼ା ଗ୍ରାମର ବିଲ ହୁଡ଼ାରେ ଥିବା ଏକ ଆକାଶିଆ ଗଛରେ ପିପିଲି ଥାନା ଅନ୍ତର୍ଗତ ହରିଦାସପୁର ଦିଅଁଙ୍କ ଗାଁର ଭୀମ ପୃଷ୍ଟିଙ୍କ ପୁଅ ନବ ପୃଷ୍ଟି (୨୭ ବର୍ଷ) ଓ ରାଉତପଡ଼ା ଗ୍ରାମର ଶ୍ରୀଧର ବେହେରାଙ୍କ ଝିଅ ସୌଦାମିନୀ ବେହେରାଙ୍କ ମୃତ ଦେହ ଝୁୁଲୁଥିବା ଦେଖି କିଛି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ନବ ଓ ସୌଦାମିନୀ ପରସ୍ପରକୁ ଭଲ ପାଉଥିଲେ ଏବଂ ଉଭୟ ରେଜେଷ୍ଟ୍ରି ବିବାହ କରିଥବା ଶୁଣିବାକୁ ମିଳିଛି। ତେବେ ଏହାକୁ ଉଭୟଙ୍କ ପରିବାର ବିରୋଧ କରୁଥିବାରୁ ସେମାନେ ଆତ୍ମହତ୍ୟା ରାସ୍ତାକୁ ଆପଣେଇ ନେଇଥିବା କୁହାଯାଉଛି। ତେବେ ପାରିପାର୍ଶ୍ୱିକ ଅବସ୍ଥା ଭିନ୍ନ କଥା କହୁଛି। ମୃତ ଯୁବକ ଯୁବତୀଙ୍କ ପାଟିକୁ ୨ଟି କପଡ଼ାରେ ବନ୍ଧା ଯାଇଥିିବା ବେଳେ ବେକରେ ଦିଆଯାଇଥିବା ଫାଶୀ ବଦଳରେ ଅନ୍ୟ ଦୁଇଟି ଦାଗ ବେକରେ ରହିଛି। ତେଣୁ କେହି ହୁଏତ ଏହି ପ୍ରେମିକପ୍ରେମକାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଆଣି ଟାଙ୍ଗି ଦେଇଥିବା ପୁଲିସ ସନ୍ଦହ କରୁଛି।

By amfnews

Related Post