Fri. Mar 6th, 2026

ଗଙ୍ଗାର ନିର୍ମଳତା ପାଇଁ ଅନେକ ଦିନରୁ ଆମରଣ ଅନଶନ କରୁଥିବା ସ୍ଵାମୀ ସାନନ୍ଦଙ୍କ ଦେହାନ୍ତ

254 Views

Khabar Odisha:swami-sanand-death-in-rishikesh-aiims
ଡେରାଡୁନ, ଅକ୍ଟୋବର୧୧: ଗଙ୍ଗା ଜଳର ଶୁଦ୍ଧତା ଓ ନିର୍ମଳତାକୁ ବଜାୟ ରଖିବା ପାଇଁ ବିଶେଷ ଆକ୍ଟ ପାସ୍ କରାଇବା ଦାବିକୁ ନେଇ ଆମରଣ ଅନଶନ କରୁଥିବା ସ୍ଵାମୀ ଜ୍ଞାନ ସ୍ଵରୂପ ସାନନ୍ଦଙ୍କ ଆଜି ଅପରାହ୍ନରେ ପରଲୋକ ଘଟିଛି। ଏହା ସହିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଋଷିକେଶକୁ ନିଜର ଶରୀର ଦାନ କରି ଆର ପାରିକୁ ଚାଲି ଯାଇଛନ୍ତି ସ୍ଵାମୀ ସାନନ୍ଦ।

ଏମ୍ସର ଜନସଂପର୍କ ଅଧିକାରୀ ହରିଶ ଥପଲିୟାଲ ଗୁରୁବାର ଏହାର ସୂଚନା ଦେଇଛନ୍ତି। ଡାକ୍ତରଙ୍କ ମୁତାବକ ଦୁର୍ବଳତା ଓ ହୃଦଘାତ କାରଣରୁ ସ୍ଵାମୀ ସାନନ୍ଦଙ୍କ ନିଧନ ହୋଇଛି। ବୁଧବାର ସ୍ଵାମୀ ସାନନ୍ଦଙ୍କୁ ଋଷିକେଶ ଏମ୍ସରେ ଭର୍ତ୍ତି କରାଯାଇଥିଲା। କ୍ରମାଗତ ଅନେକ ମାସ ଅନଶନରେ ବସିଥିବା ସ୍ଵାମୀ ସାନନ୍ଦ ମଙ୍ଗଳବାର ଜଳ ମଧ୍ୟ ତ୍ୟାଗ କରିଥିଲେ। ସ୍ଵାମୀ ସାନନ୍ଦ ଜୁନ ୨୨ରୁ ଗଙ୍ଗା ପାଇଁ ବିଶେଷ କାନୁନ କରିବା ଦାବି ନେଇ ଅନଶନ ଆରମ୍ଭ କରିଥିଲେ।

ସ୍ଵାମୀ ସାନନ୍ଦଙ୍କ ନିଧନରେ ମର୍ମାହତ ଓ ଅସନ୍ତୁଷ୍ଟ ମାତୃ ସଦନର ସଂସ୍ଥାପକ ସ୍ଵାମୀ  ଶିବାନନ୍ଦ ଅଭିଯୋଗ କରିଛନ୍ତି ଯେ ସ୍ଵାମୀ ସାନନ୍ଦଙ୍କ ନିଧନ ଘଟି ନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି। ବୁଧବାର ସାନନ୍ଦଙ୍କୁ ଏମ୍ସରେ ଭର୍ତ୍ତି କରିବା ସମୟରେ ମୁଁ କହିଥିଲେ ଯେ ସେଠାରେ ତାଙ୍କୁ ମାରି ଦିଆଯିବ। ଯାହା ଏବେ ଘଟିଲା।

ବଳପୂର୍ବକ ଉଠାଇ ସ୍ଵାମୀ ସାନନ୍ଦଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା

ଉଲ୍ଲେଖନୀୟ ସାଂସଦ ରମେଶ ପୋଖରିୟାଲ ନିଶଙ୍କ ସହ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ସେ ଜଳ ତ୍ୟାଗ କରିଥିଲେ। ବୁଧବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମଧ୍ୟାହ୍ନ ସାଢେ ୧୨ଟାରେ ପୋଲିସ ବଳ ମାତୃ ସଦନ ପହଞ୍ଚିଥିଲା। ଏହା ପରେ ସିଟି ମାଜିଷ୍ଟ୍ରେଟ ସେଠାରେ ପହଞ୍ଚିଥିଲେ। ଆଶ୍ରମରେ ଧାରା ୧୪୪ ଲାଗୁ କରାଯିବା ପୋଲିସର ନିର୍ଣ୍ଣୟକୁ ମାତୃ ସଦନ ବିରୋଧ କରିଥିଲା। ଏହି କ୍ରମରେ ପୋଲିସ ସ୍ଵାମୀ ସାନନ୍ଦଙ୍କୁ ବଳପୂର୍ବକ ଆମ୍ବୁଲାନ୍ସରେ ବସାଇ ଋହିକେଷ ଏମ୍ସରେ ଭର୍ତ୍ତି କରାଇଥିଲେ।

ଏମ୍ସକୁ ଦାନ କଲେ ନିଜର ଶରୀର

ଋଷିକେଶର ଅଖିଳ ଭରାତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ  ସ୍ଵାମୀ ସାନନ୍ଦ ନିଜର ଶରୀର ଦାନ କରିଛନ୍ତି। ତାଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଏମ୍ସ ପ୍ରଶାସନ ଜୁଟି ଯାଇଛନ୍ତି। ଏମ୍ସର ଡିନ ଡଃ ବିଜେନ୍ଦ୍ର ସିଂହ କହିଛନ୍ତି କି ଯେବେ ସ୍ଵାମୀ ଅସୁସ୍ଥ ଥିଲେ ସେ ନିଜର ଶରୀରକୁ ଏମ୍ସକୁ ଦାନ କରିବା ପାଇଁ ସଂକଳ୍ପ ପତ୍ର ଆମ ପାଖକୁ ପଠାଇଥିଲେ।  ଏବେ ଏହି ସଂକଳ୍ପ ପତ୍ରକୁ ଏମ୍ସ ପ୍ରଶାସନ ପାଳନ କରିବ ଏବଂ ସ୍ଵାମୀ ସାନନ୍ଦଙ୍କ ଶେଷ ଇଚ୍ଛାକୁ ପୂରଣ କରାଯିବ ବୋଲି ଏମ୍ସର ଡିନ କହିଛନ୍ତି।

By amfnews

Related Post