Fri. Mar 6th, 2026

ଗଙ୍ଗାରେ ପବିତ୍ର ସ୍ନାନ ସହିତ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା, ଚାଲିବ ୫୫ ଦିନ ଯାଏ

301 Views

ପ୍ରୟାଗରାଜ,15 Jan. 2019: ଉତ୍ତରପ୍ରଦେଶର ପବିତ୍ରପ୍ରାୟାଗରାଜ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ପବିତ୍ର ବୁଡ଼ ପକାଇବା ସହିତ ଆନୁଷ୍ଠାନିକଭାବେ କୁମ୍ଭ ମେଳା ଆରମ୍ଭ ହୋଇଛି।

୫୫ ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳାରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନେ ଧାଡ଼ିବାନ୍ଧି ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାରେ ପବିତ୍ର ସ୍ନାନ କରିଛନ୍ତି। କୁୁମ୍ଭ ମେଳାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ସାଧୁସନ୍ଥ, ଦେଶର ପଯ୍ୟଟକଙ୍କ ସହିତ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି କୁମ୍ଭ ମେଳାରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ କୁମ୍ଭମେଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ମେଳା। ଏହି ମେଳାରେ ଚଳିତ ବର୍ଷ ଆନୁମାନିକ ୧୩ କୋଟିରୁ ଅଧିକ ଲୋକ ଭାଗ ନେବେ ବୋଲି ଆକଳନ କରାଯାଉଛିି। କୁମ୍ଭ ମେଳାକୁ ଆଖିଆଗରେ ରଖି ରେଳବାଇ ପକ୍ଷରୁ ଅତିରିକ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛିି। ମେଳାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୨୨ ହଜାର ପାଇଖାନା ନିର୍ମାଣ କରାଯାଇଥିବା ଜଣାଯାଇଛିି।

By amfnews

Related Post