Sat. Nov 23rd, 2024

ଗଂଜାମ-ଗଜପତିରେ ମୃଦୁ ଭୂକମ୍ପ: ରିକ୍ଟର ସ୍କେଳରେ ତୀବ୍ରତା ୩.୮, ଲୋକେ ଭୟଭୀତ

By amfnews Aug 8, 2020 #Featured
113 Views

ଭୁବନେଶ୍ୱର, ଅଗଷ୍ଟ ୦୮ : ଓଡ଼ିଶାର ଗଂଜାମ ଓ ଗଜପତି ଜିଲ୍ଲାରେ ଆଜି ସକାଳ ୭ଟା ୧୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଗଂଜାମ ଜିଲ୍ଲାର ପାତ୍ରପୁର ଓ ଗଜପତି ଜିଲ୍ଲାର ମୋହନାରେ ଭୂକମ୍ପ ଝଟକା ଦେଖାଯାଇଛି ।  

ସୂଚନା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା । ଭୂକମ୍ପ ହେବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ । ପ୍ରାୟ ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ ଏକ ଶବ୍ଦ ଶୁଣାଯାଇଥିଲା ବୋଲି ଲୋକେ କହିଛନ୍ତି । ମାତ୍ର ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତି ଜନିତ ସୂଚନା ହସ୍ତଗତ ହୋଇପାରି ନାହିଁ । ଓଡ଼ିଶାରେ ବହୁ ଦିନ ପରେ ଭୂକମ୍ପ ମୃଦୁ ଅନୁଭୂତ ହୋଇଥିବାରୁ ଅନେକ ଲୋକ ଭୟଭୀତ ହେବା ମଧ୍ୟ ସ୍ୱାଭାବିକ ବୋଲି ଚର୍ଚ୍ଚା ହେଉଛି ।

By amfnews

Related Post