Tue. Dec 24th, 2024

ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ଜାତୀୟ ରାଜପଥରେ ଲାଗିବ ସିସିଟିଭି

By amfnews Jan 18, 2021 #Featured
135 Views

ଭୁବନେଶ୍ୱର, ଜାନୁଆରୀ 18 : ଏଣିକି ଅମାନିଆଙ୍କୁ ଜଗିବ ସିସିଟିଭି  । ପୁଣି ଗାଡି ଚଳାଚଳ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ନିୟମ ଉଲଂଘନକାରୀଙ୍କୁ ଧରିବାକୁ ଲାଗୁ ହୋଇଛି ନୂଆ ନିୟମ  । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା  ।

ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ନଜର ରଖିବ ସିସିଟିଭି  । ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସିସିଟିଭି ଲଗାଯିବ । ପ୍ରତି ୪ରୁ ୫ କିଲୋମିଟର ବ୍ୟବଧାନରେ ସିସିଟିଭି ଲାଗିବା ନେଇ ଟେଣ୍ଡର କାମ ସରିଛି  ।  ଏହାଦ୍ୱାରା ଦ୍ରୁତ ଗତିରେ ଯାଉଥିବା ଗାଡ଼ି ସହ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ  ।  ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବାଧ୍ୟତାମୂଳକ ନିୟମ କରାଯାଇଛି  । ନିୟମ କଡ଼ାକଡ଼ି କରିବାକୁ ଭେଇକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ କରାଯିବ  ।  ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ  । ଆଜିଠୁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ମାସ ପାଳିତ ହେଉଛି  ।  ଦୁର୍ଘଟଣା କମାଇବା ପାଇଁ ଏପରି କଡା ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା  ।

ଲକଡାଉନ୍‌ ସମୟରେ ଦୁର୍ଘଟଣା ହାର କମିଥିବା ବେଳେ ପୁଣି ସେପ୍ଟେମ୍ବର ଦୁର୍ଘଟଣା ବଢୁଛି  ।  ହାଇୱେରେ ସ୍ପିଡ ନିୟନ୍ତ୍ରଣ ପାଇଁ କ୍ୟାମେରା ଲାଗୁଛି । ଭେହିକଲ ଲୋକେସନ ଟ୍ରାକିଂ ସିଷ୍ଟମ ହେବ, ସ୍ପିଡ ଆନାଲିସିସ ହେବ  । ବସ୍‌, ଟ୍ୟାକ୍ସି, ସ୍କୁଲ ବସ୍‌ ଲୋକେସନ ଟ୍ରାକିଂ ହେବ  ।  ଏଥିପାଇଁ ୧୫ କୋଟି ଖର୍ଚ୍ଚ ହେବ  ।

By amfnews

Related Post