Fri. Mar 6th, 2026
433 Views

ନିରାକାରପୁର 10 March,2019: ରବିବାର ବଡ଼ି ସକାଳେ କେବିଡିଏଭି କଲେଜ ପଡ଼ିଆ ପାଖକୁ ଲାଗି ଥିବା ଗୋଟାଏ ବରଗଛ ଡାଳରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।

ମୃତ ଯୁବକଜଣକ ହେଉଛନ୍ତି ନନପଡ଼ାସାହି ନିବାସୀ କାଳିଆ ବଳିୟାରସିଂହଙ୍କ ୨୬ ବର୍ଷିୟ ସାନପୁଅ ଚିତ୍ତରଞ୍ଜନ ଓରଫ ଚିତ୍ତ।ନିରାକାରପୁର ପୁଲିସ ସକାଳ ପ୍ରାୟ ୭ଟା ବେଳେ ଘଟଣାସ୍ଥଳକୁ ଯାଇ ଚିତ୍ତଙ୍କ ଶବ ଉଦ୍ଧାର କରିଛି। ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ।

ଘଟଣାସ୍ଥଳରୁ ପୁଲିସ ଗୋଟାଏ ଖାଲି ମଦ ବୋତଲ ଏବଂ ଚିତ୍ତ ଚଳାଉଥିବା ଆପାଚି ମଟରସାଇକେଲ୍‌ ପାଇଛି।ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଗୋଟାଏ ହତ୍ୟାକାଣ୍ଡ ବୋଲି ସର୍ବସାଧରରେ କୁହାଯାଉଛି।

By amfnews

Related Post