Sun. Mar 8th, 2026

ଖୋର୍ଦ୍ଧା: ଖୋର୍ଦ୍ଧା, ଜଟଣୀ ସହ ନାଇଜର, ଆଇଆଇଟିକୁ ଜଳଯୋଗାଣ ପାଇଁ ‘ବସୁଧା’ ବୃହତ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM Naveen’s Popularity Declining , Say Surveys
CM Naveen’s Popularity Declining , Say Surveys
255 Views

ଖୋର୍ଦ୍ଧା, ନଭେମ୍ବର ୨୪: ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ ପାନୀୟ ଜଳ ପ୍ରକଳ୍ପ‘ ବସୁଧା’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧ, ଜଟଣୀ ପୌରାଞ୍ଚଳ ସହିତ ନାଇଜର, ଆଇଆଇଟି ଓ ଇଡକୋ ଅଞ୍ଚଳକୁ ପାନୀୟ ଜଳଯୋଗାଣ ହୋଇ ପାରିବ।

ଏହି ପ୍ରକଳ୍ପ ମାଧ୍ୟମରେ ନରାଜରୁ ପାଣି ଅଣାଯାଇ ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଇଛି।
ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ‘ବସୁଧା’ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମଗ୍ର ରାଜ୍ୟର ୯୫ଟି ପୌରାଞ୍ଚଳର ୫ଶହ ପାନୀୟ ଜଳ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏହି ବସୁଧା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ଡ. ପ୍ରସନ୍ନ ପାଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।

By amfnews

Related Post