ଭୁବନେଶ୍ୱର : ଖୁବ୍ ଶୀଘ୍ର କଟକ, ଭୁବନେଶ୍ୱର ଓ ପୁରୀ ଦେଇ ବିଦ୍ୟୁତ ଚାଳିତ ବସ୍ ଚଳାଚଳ କରିବ ବୋଲି ଶନିବାର ବିଧାନସଭାରେ ଘୋଷଣା କରିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା।
ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଏହି ସମସ୍ୟାକୁ ଦେଖି ରାଜ୍ୟ ସରକାର ସହର ରାସ୍ତାରେ ବିଦ୍ୟୁତ ଚାଳିତ ବସ ଚଳାଚଳ ପାଇଁ ଯୋଜନା କରୁଛନ୍ତି। ସୂଚନା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଶନିବାର ବିଧାନସଭାରେ ତିନିଟି ସହରରେ ବିଦ୍ୟୁତ ବସ୍ ଚଳାଚଳ କଥା ଆଲୋଚନା କରିଛନ୍ତି। ଏ ନେଇ ଖୁବ୍ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ବି ପ୍ରସ୍ତାବ ରହିଛି।
ଏହି ବିଦ୍ୟୁତ ବସ୍ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସହର ଦେଇ ୧୦୦କିମି ପରିସରରେ ଚାଲିବ। ଏହି ସ୍ୱତନ୍ତ୍ର ଯୋଜନା ପାଇଁ ପ୍ରସ୍ତାବ ଦେଇଥିବା ସମସ୍ତ ସଂସ୍ଥାକୁ ଆମନ୍ତ୍ରଣ ଦିଆଯାଇଛି। ଏହି ଯୋଜନା ପରିବେଶ ପ୍ରଦୂଷଣକୁ ରୋକିବା ସହିତ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବ।