Fri. Mar 6th, 2026

ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ଥିବା ନୂଆ ୧୦୦ ଟଙ୍କିଆ ନୋଟ୍‌

349 Views

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ମଙ୍ଗଳବାର ଏକ ପ୍ରେମ ରିଳିଜ୍‌ରେ ସୂଚୀତ କରିଛି ଯେ ନୂଆ ୧୦୦ ଟଙ୍କିଆ ନୋଟ୍‌ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ଆହୁରି ବି କୁହାଯାଇଛି ନୂଆ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତଖତ ସହ ଏହି ନୂଆ ନୋଟ୍‌ ଜାରି କରାଯିବ। ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ପ୍ରକାଶ ପାଇଥିବା ୧୦୦ ଟଙ୍କିଆ ନୋଟ୍‌ ମଧ୍ୟ ପୂର୍ବ ପରି ଚାଲିବ।

ପ୍ରେସ୍‌ ରିଲିଜ୍‌ ପ୍ରକାଶ କରି ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ଯେ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ଥିବା ନୂଆ ୧୦୦ ଟଙ୍କିଆ ସିରିଜ୍‌ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ଏହା ଖୁବ୍‌ ଶୀଘ୍ର ବଜାରରେ ବୁଲିବ।

ନିକଟରେ ୨୦୧୮ ଜୁଲାଇ ମାସରେ ଆର୍‌ବିଆଇ ଲାଭେଣ୍ଡର୍‌ ରଂଗର ୧୦୦ ଟଙ୍କିଆ ନୋଟ୍‌ ବାହାର କରିଥିଲା। ସେଥିରେ ଗୁଜୁରାଟର ଏକ ବିଶ୍ୱପ୍ରସିଦ୍ଧ ଐତିହ୍ୟସ୍ଥଳୀ ଦେଖିବାକୁ ମିଳିଥିଲା। ସାମ୍ନା ପଟରେ ରହିଥିଲା ମହାତ୍ମା ଗାନ୍ଧୀଙ୍କ ଫଟୋ।ମାତ୍ର ନୋଟ୍‌ଟିର ଆକାର ଛୋଟ ହୋଇଥିବା ହେତୁ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଲୋକ ଆଲୋଚନା କରି ପରିହାସ କରିଥିଲେ। ଏପରିକି ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏହାକୁ ନକଲି ନୋଟ୍‌ ଭାବି ଦୋକାନୀମାନେ ଗ୍ରହଣ କରିନଥିଲେ। ଯାହାବି ହେଉ, ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଲୋକେ ଗ୍ରହଣ କରିିଥିଲେ।

By amfnews

Related Post