Mon. Jun 9th, 2025

ଖୁବ୍‌ ଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ୍‌

By amfnews Apr 27, 2019 #Featured
284 Views

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌। ମହାତ୍ମା ଗାନ୍ଧୀ ସିରିଜ୍‌ର ଏହି ନୋଟ୍‌ର ରଙ୍ଗ ହେବ ଶାଗୁଆ-ହଳଦି।

ଦେଶର ସାଂସ୍କୃତିକ ଐତିହ୍ୟ ବର୍ଣ୍ଣନାପୂର୍ବକ ନୂଆ ନୋଟ୍‌ର ପଛ ପଟେ ଏଲୋରା ଗୁମ୍ଫାର ଚିତ୍ର ରହିଥିବା କଥା ରିଜର୍ଭ ବ୍ୟାଙ୍କ୍‌ର ବିବୃତିରେ କୁହାଯାଇଛି। ଏହାଛଡ଼ା ଏହାର ଉଭୟ ପାର୍ଶ୍ୱରେ ଅନ୍ୟାନ୍ୟ ବହୁ ଅଙ୍କନ ଓ ଜ୍ୟାମିତିକ ଆକୃତିମାନ ରହିଛି।ନୂଆ ନୋଟ୍‌ ସହ ପୁରୁଣା ୨୦ ଟଙ୍କା ନୋଟ୍‌ ବି ଚଳିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ବିବୃତିରେ କହିଛି।

ନୋଟ୍‌ ମଝିରେ ମହାତ୍ମା ଗାନ୍ଧୀଙ୍କର ପ୍ରତିକୃତି ଛଡ଼ା ଦେବନାଗରୀ ଲିପିରେ ୨୦ ଛାପା ଯାଇଛି।ନୋଟ୍‌ର ଦକ୍ଷିଣ ପାର୍ଶ୍ୱରେ ଅଶୋକସ୍ତମ୍ଭ, ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତି ଏବଂ ଇଲେକ୍ଟ୍ରୋଟାଇପ୍‌ (୨୦) ଓ୍ଵାଟର୍‌ମାର୍କ ରହିବ। ପଛପଟ ବାମ ପାର୍ଶ୍ୱରେ ରହିଛି ମୁଦ୍ରଣ ବର୍ଷ, ସ୍ଲୋଗାନ୍‌ ସହ ସ୍ୱଚ୍ଛ ଭାରତ ଲୋଗୋ, ଭାଷା ପାନେଲ୍‌ ଆଦି।

By amfnews

Related Post