Sun. Mar 16th, 2025

ଖୁବଶୀଘ୍ର ବିଏମ୍‌ସିର ସବୁ ଦେୟ ଅନ୍‌ଲାଇନ୍‌ରେ

By amfnews Sep 8, 2018 #Featured
138 Views

ଭୁବନେଶ୍ୱର : ଦେୟ ପଇଠ ବେଳେ ସ୍ୱଚ୍ଛତା ନିମନ୍ତେ ଡିଜିଟାଲ୍‌ ପେମେଣ୍ଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଂପ୍ରତି କେବଳ ବ୍ୟବସାୟିକ ଅନୁମତି ଦେୟ (ଟ୍ରେଡ୍‌ ଲାଇସେନ୍‌ସ ପେମେଣ୍ଟ୍‌) ୧୦୦ ପ୍ରତିଶତ ଡିଜିଟାଲ୍‌ ହୋଇପାରିଥିବା ବେଳେ ହୋଲ୍‌ଡିଂ ଟାକ୍ସ ଏବଂ ଅନ୍ୟାନ୍ୟ ଦେୟକୁ ଅନ୍‌ଲାଇନ୍‌ କରିବା ପାଇଁ ପ୍ରଶାସନ ପକ୍ଷରୁ କମନ୍‌ ପେମେଣ୍ଟେ୍‌ କାର୍ଡ ସିଷ୍ଟମ୍‌ (ସିପିସିଏସ୍‌) ଆରମ୍ଭ ହେବାକୁ ଯାଉଛି।

ଏହି ସିଙ୍ଗିଲ୍‌ କାର୍ଡ ପେମେଣ୍ଟ୍‌ ସେବା ଜରିଆରେ ଲୋକଙ୍କୁ ଦେୟ ଦେବା ପାଇଁ ବାଟ ସହଜ କରିବ ବିଏମ୍‌ସି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଅଧୀନରେ ଏହି ପେମେଣ୍ଟ୍‌ କାର୍ଡ ସିଷ୍ଟମ ଆଇସିଆଇସିଆଇ ବ୍ୟାଙ୍କ୍‌ ସହଯୋଗରେ ଆରମ୍ଭ ହେବ। ଡେପୁଟି କମିସନର୍‌ ଶ୍ରମନ୍ତ ମିଶ୍ର କହିଛନ୍ତି ଯେ, ବର୍ତମାନ ସହରରେ ୧ଲକ୍ଷ ୨ହଜାର ୫୦୨ଟି ଘର ଅଛି। ତେବେ ଖୁବ୍‌ କମ୍‌ ସଂଖ୍ୟକ ଲୋକ ଅନ୍‌ଲାଇନ୍‌ରେ ହୋଲ୍‌ଡିଂ ଟାକ୍ସ ପଇଠ କରୁଛନ୍ତି। ଯେତେ ଅଧିକରୁ ଅଧିକ ଲୋକ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ଯୋଡ଼ିହେବେ ସଂଗୃହୀତ ଦେୟର ପରିଚାଳନା ସହଜ ହେବା ସହ ସ୍ୱଚ୍ଛତା ଆସିପାରିବ।

ବିଏମ୍‌ସି ଏ ସମ୍ପର୍କରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରିବ। ଯଦ୍ୱାରା ଲୋକେ www.odishaonline.gov.in େଓ୍ଵବ୍‌ସାଇଟ୍‌କୁ ବ୍ୟବହାର କରି ଲୋକେ ସହଜରେ ସୁବିଧାରେ ଘର ବସି ପେମେଣ୍ଟ୍‌ କରିପାରିବେ।

By amfnews

Related Post