Sun. Mar 8th, 2026

ଖାଦ୍ୟ ଟେଷ୍ଟ କରିବାକୁ ଯାଇଥିଲେ: ଚିକେନ ଖାଇଲେ, ଚାକିରିଗଲା

220 Views

ସୁନ୍ଦରଗଡ଼  :  ପିଲାଙ୍କ ସହ ବସି ଚିକେନ୍ ଖାଇବା ବିଇଓଙ୍କ ପାଇଁ ମହଙ୍ଗା ପଡ଼ିଛି। ଭିଡିଓ ଭାଇରାଲ ପରେ ବିଇଓ ବିନୟ ପ୍ରକାଶ ସଏ ନିଲମ୍ବିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ଏହି ନିଲମ୍ବନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୩ ତାରିଖରେ ବଣାଇ ବିଇଓ ବିନୟ ପ୍ରକାଶ ବଣାଇ ବ୍ଲକ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ।  କେମିତି ପାଠପଢ଼ା ଚାଲିଛି, ତାହା ଦେଖିବା ସହ ମଧ୍ୟାହ୍ନ ଭୋଜନ ମାନ ବି ଯାଞ୍ଚ କରିଥିଲେ। ଏହି ଗସ୍ତ ବେଳେ ସେ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ।

ପ୍ରଧାନଶିକ୍ଷକ ତୃପ୍ତି ଚନ୍ଦନ କିଷାନ ମଧ୍ୟ ସେମାନଙ୍କ ସହିତ ବସିଥିଲେ। ପିଲାମାନଙ୍କୁ ଖାଲି ଭାତ ଦିଆଯାଇଥିବା ବେଳେ ବିଇଓଙ୍କୁ ଭାତ ଓ ଡାଲି ସହ ଚିକେନ ତରକାରି ଦିଆଯାଇଥିଲା।  ଏ ନେଇ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

By amfnews

Related Post