Sun. Mar 8th, 2026

ଖାଇବା ମଧ୍ୟରେ ପାଣି ପିଉଛନ୍ତି କି? ଭୋଗିପାରନ୍ତି ଏହି ସମସ୍ୟା

257 Views

ଅଧିକାଂଶ ଲୋକଙ୍କର ଖାଇବା ମଧ୍ୟରେ ପାଣି ପିଇବା ଅଭ୍ୟାସ୍‌ ରହିଛି। ଏମିତି ବି ଲୋକ ଅଛନ୍ତି ଆଗ ପାଣି କ୍ଲାସ୍‌ ରଖିଲେ ହିଁ ପରେ ଖାଦ୍ୟ ଥାଳି ପାଖରେ ବସିଥାନ୍ତି। କେହି କେହି ତ ଗୋଟାଏ ଥର ଖାଦ୍ୟ ପାଟିକୁ ନେଇ ଗୋଟାଏ ଢ଼ୋକ ପାଣି ପିଇଥାନ୍ତି। ମାତ୍ର ଏମିତି ଅଭ୍ୟାସ ଆପଣଙ୍କ ଶରୀର ପାଇଁ କ୍ଷତିକାରର ପ୍ରମାଣିତ ହୋଇପାରେ। ଜାଣନ୍ତୁ ଖାଇବା ସମୟରେ ପାଣି ପିଇବା ଅଭ୍ୟାସ ଥିଲେ ଆପଣ କେଉଁ ସବୁ ରୋଗରେ ପଡ଼ିପାରନ୍ତି।

ଆପଣ ଖାଇବା ମଧ୍ୟରେ ପାଣି ପିଇଲେ ବଦହଜମିର ଶିକାର ହୋଇପାରନ୍ତି। ଉତ୍ତମ ହଜମ ନହେଲେ ବିଭିନ୍ନ ପେଟ ସମସ୍ୟା ଦେଖା ଦେବ।କେବଳ ବଦହଜମି ନୁହେଁ, ବରଂ କୋଷ୍ଠକାଠିନ୍ୟର ବି ଶିକାର ହୋଇପାରନ୍ତି ଏପରି ବଦ ଅଭ୍ୟାସ ରଖିଥିଲେ।

ଡଇଟିସାଆନ୍‌ ମାନେ କୁହନ୍ତି କି ଖାଇବା ମଧ୍ୟରେ ପାଣି ପିଇଲେ ମେଦ ବହୁଳତା ବୃଦ୍ଧି ପାଇଥାଏ। ଆପଣ ଯଦି ଓଜନ ହ୍ରାସ ଅଭିଯାନରେ ଅଛନ୍ତି ତେବେ ଖାଇବା ମଧ୍ୟରେ ପାଣି ପିଅନ୍ତୁ ନାହିଁ।

By amfnews

Related Post