161 Views
ମାଲକାନଗିରି ,ନଭେମ୍ବର ୨୫: ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ମହକୁମା ମିନି ଷ୍ଟାଡିୟମ ଠାରେ ଶୁକ୍ରବାର କାର୍ଯ୍ୟରତ ଖବରଦାତା ବସନ୍ତ ସଗରିଆଙ୍କ ଉପରେ ହୋଇଥିବା
ଆକ୍ରମଣ ଘଟଣାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମାଥିଲି ଯୁବ ସଂଗଠନର ରୋହିତ ବେହେରାଙ୍କ ନେତୃତ୍ବରେ ହୋଇଥିବା ଏହି ପ୍ରତିବାଦ ସଭାରେ ମହିଳା , ପୁରୁଷ ଓ ଯୁବପୀଡିମାନେ ସାମିଲ ହୋଇଥିଲେ ।
ନିରପେକ୍ଷ ଖବର ପରିବେଷଣ କରିଥିବା ଖବରଦାତାଙ୍କ ଉପରେ ଆକ୍ରୋଶ ରଖି ଅତର୍କିତ ଆକ୍ରମଣ ଘଟଣାକୁ ଏଥିରେ ଦୃଢ ନିନ୍ଦା କରାଯାଇଥିଲା । ଜଣେ ଯୁବ ଖବରଦାତାଙ୍କୁ ଆକ୍ରମଣ କରିବା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ସମୂର୍ଣ୍ଣ ଭାବେ ବାଧା ସୃଷ୍ଟି ଦେବା ଭଳି କାର୍ଯ୍ୟ କେତେଦୂର ଯୁକ୍ତିଯୁକ୍ତ ବୋଲି ଏଥିରେ ପ୍ରଶ୍ନ ଉଠିଥିଲା । ଗଣମାଧ୍ୟମର କଣ୍ଠରୋଧ ଭଳି ଏପରି ଉଦ୍ୟମକୁ ବନ୍ଦ କରିବା , ଖବରଦାତାଙ୍କୁ ସୁରକ୍ଷା ଯୋଗାଇ ଦେବା , ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସଭାରେ ଦାବି ହୋଇଥିଲା ।
ଆଗାମୀ ଦିନରେ ବିଭିନ୍ନ ନାରୀ ସଂଗଠନ ଓ ଯୁବ ସଂଗଠନ ତରଫରୁ ଖବରଦାତାଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ ଶୋଭାଯାତ୍ରା କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗୁରୁନାଥ ଚିନାମଙ୍କ ସମେତ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଉପସ୍ଥିତ ଥିଲେ ।