81 Views
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବିଶେଷ କରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି ।
ରନୱେଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି ।ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ ହେଲେ ପାର୍କିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ବିମାନବନ୍ଦର ପକ୍ଷରୁ କୁହାଯାଇଛି ।
ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ସୁରକ୍ଷା କଡ଼ାକଡ଼ି କରାଯାଉଥିବା ବେଳେ ଏଥର ଧାରା ୩୭୦ ଯୋଗୁ ବେଶ୍ କିଛିଦିନ ପୂର୍ବରୁ ଏପରି ସତର୍କତା ଅବଲମ୍ବନ କରାଯାଉଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।