Tue. Nov 26th, 2024

କ୍ୟୁଏସ୍ ବ୍ରିକ୍ସ ୟୁନିଭର୍ସିଟି ର‌୍ୟାକିଂରେ ଏନ୍ଆଇଟିର ସ୍ଥାନ ହାସଲ

By amfnews Oct 24, 2018 #Featured
91 Views

ରାଉରକେଲା, ୨୩ା୧୦ : କ୍ୟୁଏସ୍ ବ୍ରିକ୍ସ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ର‌୍ୟାକିଂ ୨୦୧୯ରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି), ରାଉରକେଲା ସମସ୍ତ ବର୍ଗରେ ୧୨୧ତମ ସ୍ଥାନ ହାସଲ କରିଛି । ଭାରତର ସମସ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏହାର ଆଞ୍ଚଳିକ ବର୍ଗରେ ଏନ୍ଆଇଟି ରାଉରକେଲା ୨୭ତମ ସ୍ଥାନରେ ରହିବାକୁସକ୍ଷମ ହୋଇଛି । ଗତ ବର୍ଷ ସମଗ୍ର ବିଶ୍ୱରେ ଏନ୍ଆଇଟି ରାଉରକେଲାର ର‌୍ୟାକିଂ ୧୨୬ ଥିଲା । ।

କ୍ୟୁଏସ୍ ବ୍ରିକ୍ସ ୟୁନିଭର୍ସିଟି ର‌୍ୟାକିଂ ପାଞ୍ଚଟି ବ୍ରିକ୍ସ ଦେଶ- ରୁଷ, ଚୀନ, ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକାର ବିଶ୍ୱବିଦ୍ୟାଳୟ ଗୁଡିକୁ ନେଇ ଗଠିତ ଏକମାତ୍ର ପ୍ରଦର୍ଶନ ସାରଣୀ ଯେଉଁଥିରେ ଗୋଟିଏ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ, ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଙ୍କ ଅନୁପାତ, ବାହ୍ୟ ଉଦ୍ୟୋଗ ସହ ଗୋଟିଏ ଅନୁଷ୍ଠାନର ସଂପର୍କ ଆଦିକୁ ନେଇ ର‌୍ୟାକିଂ ସ୍ଥିର କରାଯାଏ । ୨୦୧୩ରେ ଏହି ର‌୍ୟାକିଂ ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ଏହା ପୂର୍ବରୁ “ଟାଇମ୍ସ ହାୟର ଏଜୁକେସନ ୟୁନିଭର୍ସିଟି ର‌୍ୟାକିଂ’ର ୬୦୧-୮୦୦ ସମୂହରେ ଏନ୍ଆଇଟି ରାଉରକେଲା ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଏହା ବ୍ୟତୀତ ଏନ୍ଆଇଟି ରାଉରକେଲା ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂ ୨୦୧୮ରେ ୧୨୬ତମ ସ୍ଥାନ ହାସଲ କରିଥିଲା ।

By amfnews

Related Post