298 Views
ମୁମ୍ବାଇ : ବଲିଉଡ୍ ଫିଲ୍ମ ଅଭିନେତା ଜାକି ଶ୍ରଫ୍ଙ୍କୁ ନେଇ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ତାଙ୍କ ଫିଲ୍ମ କ୍ୟାରିୟର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ପାଇଁ ନଷ୍ଟ ହୋଇ ଯାଇଥିଲା ବୋଲି ଜଣା ପଡ଼ିଛି । ବଲିଉଡ୍ରେ ଜାକିଙ୍କ ପ୍ରଥମ ଫିଲ୍ମ ‘ହିରୋ’ ରିଲିଜ୍ ହେବା ପରେ ଫିଲ୍ମଟି ହିଟ୍ ହେବା ସହ ଜାକି ଶ୍ରଫ୍ଙ୍କୁ ନୂଆ ପରିଚୟ ମିଳିଥିଲା । ନିର୍ଦ୍ଦେଶକ-ପ୍ରଯୋଜକମାନେ ଫିଲ୍ମର ଅଫର ଦେବା ପାଇଁ ଲମ୍ବା ଧାଡ଼ି ଲଗାଇଥିଲେ । କିନ୍ତୁ କିଛି ଦିନ ପରେ ଜାକିଙ୍କୁ ଆଉ ଫିଲ୍ମ ମିଳି ନଥିଲା । କିଛି ଦିନ ଘରେ ବସିବା ପରେ ସେ ଏକ ଫିଲ୍ମ ନିର୍ମାଣ କରିବାର ଯୋଜନା କରିଥିଲେ । ସେ ପ୍ରଥମେ ଫିଲ୍ମ ‘ବୁମ୍’ର ନିର୍ମାଣ ଆରମ୍ଭ କଲେ ।
ଏହି ଫିଲ୍ମରେ ସେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କୁ ମୁଖ୍ୟ ନାୟିକା ହିସାବରେ ନେଇଥିଲେ । ଏହା କ୍ୟାଟ୍ରିନାଙ୍କ ପ୍ରଥମ ବଲିଉଡ୍ ଫିଲ୍ମ ଥିଲା । କ୍ୟାଟ୍ରିନାଙ୍କ ସୁନ୍ଦରତା ଦେଖି ଲୋକମାନେ ସିନେମା ଘରେ ଲାଇନ୍ ଲଗାଇବେ ବୋଲି ଜାକି ଭାବିଥିବା ବେଳେ ଫିଲ୍ମକୁ ରିଲିଜ୍ କରିବାର ଅନୁମତି ମିଳି ନଥିଲା । ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ଗୁଲ୍ସନ ଗ୍ରୋଭର ବି ଥିଲେ । ତାଙ୍କ ସହ କ୍ୟାଟ୍ରିନାଙ୍କର କିଛି ଅଧିକ ଇଣ୍ଟିମେଣ୍ଟ ଦୃଶ୍ୟ ଥିବାରୁ ଫିଲ୍ମକୁ ବି ଗ୍ରେଡ୍ ବୋଲି କୁହାଯିବା ସହ ରିଲିଜ୍ର ଅନୁମତି ମିଳି ନଥିଲା । କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ଅନ୍ଲାଇନ୍ ଲିକ୍ ହୋଇ ଯାଇଥିଲା । ଯାହା ଜାକି ଶ୍ରଫ୍ଙ୍କ ସବୁ ଆଶାରେ ପାଣି ମିଶାଇ ଦେଇଥିଲା । କ୍ୟାଟ୍ରିନାଙ୍କ ବଲିଉଡ୍ରେ କ୍ୟାରିୟର ତିଆରି କରିବା ନିଶାରେ ଜାକି ନିଜ କ୍ୟାରିୟର ନଷ୍ଟ କରି ଦେଇଥିଲେ । ଲୋକମାନଙ୍କୁ ସେମାନଙ୍କ ଟଙ୍କା ଦେବା ପାଇଁ ସେ ନିଜ ଘର ମଧ୍ୟ ବନ୍ଧା ପକାଇ ଥିଲେ ।