Sat. Mar 7th, 2026

କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର, ଗୃହ କମିଟି ନିକଟରେ ହାଜର ହେବେ

320 Views

ଭୁବନେଶ୍ୱର : କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଆ ସଂସ୍କୃତି ଉପରେ ଅପମାନଜନକ ମନ୍ତବ୍ୟ ଦେଇ ବିଧାନସଭା ଗୃହକମିଟି ତଦନ୍ତର ସମ୍ମୁଖୀନ ହେବାକୁଯାଉଥିବା ସାମ୍ବାଦିକ ତଥା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଆଜି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ମଧ୍ୟ ଧାର୍ଯ୍ୟ ତାରିଖରେ ବିଧାନସଭା ଗୃହକମିଟି ଆଗରେ ହାଜିର ହେବେ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ସ୍ୱାଧିକାର ଭଙ୍ଗ ଅଭିଯୋଗ ନୋଟିସ ପାଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଆସନ୍ତା ୨୩ ତାରିଖ ଦିନ ୧୧ଟା ବେଳେ ବିଧାନସଭା ଗୃହକମିଟି ଆଗରେ ଉପସ୍ଥିତ ହେବା ପାଇ ନିର୍ଦ୍ଦେଶ ଦିଆଯାଇଛି। ଆଜି ଗୃହକମିଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅଭିଜିତ ଗୃହକମିଟିକୁ ଇମେଲ କରି କ୍ଷମା ମାଗିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସମୋଜିକ ଗଣମାଧ୍ୟମରେ ଅଭିଜିତ ଆୟାର ମିତ୍ର ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ ଅଭିଜିତ ସେମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତେଣୁ ଏ ନେଇ ବିଧାନସଭାରେ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗ ହେବା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠିତ ହୋଇଥିଲା।

By amfnews

Related Post