Mon. Jun 16th, 2025

କ୍ଲିନିକ୍‌ରେ ପଶି ଶିଶୁ ରୋଗ ବିଶେଷଜ୍ଞଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ

By amfnews Dec 16, 2019 #Featured
155 Views

ଖୋର୍ଦ୍ଧା : ଖୋର୍ଦ୍ଧାରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରେ ଗୁଳି ମାଡ଼ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଆଉ ଜଣେ ଔଷଧ ଦୋକାନୀ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମାତ୍ର କେଉଁ କାରଣରୁ ଗୁଳି ମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସନ୍ଧ୍ୟାବେଳେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ କ୍ଲିନ୍‌ରେ ବସିଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସ ଡାକ୍ତର ଦାସଙ୍କ ଉପରକୁ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଫଳରେ ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା। ଏପରିକି ଅନ୍ୟ ଜଣେ ଔଷଧ ଦୋକାନୀ କର୍ମଚାରୀ ମଧ୍ୟ ଗୁରୁତ ଆହତ ହୋଇଛନ୍ତି। ଗୁଳି ମାଡ଼ ପରେ ଦୁର୍ବୃତ୍ତ ଜଣକ ବାଇକ୍‌ରେ ଚମ୍ପଟ ମାରିଥିଲେ।

ଖବର ପାଇ ଖୋର୍ଦ୍ଧା ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ କରାଯାଇଛି। ତେବେ କେଉଁ କାରଣରୁ ଗୁଳି ମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

By amfnews

Related Post