Tue. Dec 24th, 2024

କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କ୍ରାଡିବିତ୍ ଆର୍ଏସ୍ପି ଦ୍ୱାରା ସମ୍ବର୍ଦ୍ଧିତ

rklsanchar@gmail.com' By J.N. Pradhan Aug 29, 2018 #Featured
222 Views

ରାଉରକେଲା, ୨୯ା୮ : କ୍ରୀଡା ଓ କ୍ରାଡିବିତ୍ଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆର୍ଏସ୍ପି ସହରର ୨୫ ଜଣ ବିଶିଷ୍ଟ କ୍ରୀଡାବିତ୍ ଓ କୋଚଙ୍କୁ ସିଭିକ ସେଣ୍ଟର ଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବରେ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରକଳ୍ପ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ କ୍ରୀଡା ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ପ୍ରଭାତ କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ଉତ୍ସବରେ ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷା ମିନାକ୍ଷୀ ପ୍ରଧାନ ଓ ରେଖା ଅଗ୍ରୱାଲଙ୍କ ସମେତ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ । ହକି ନିମନ୍ତେ ୩ ଜଣ ଆନ୍ତର୍ଜାତୀୟ ଖେଳାଳୀ ସେଲ୍ ହକି ଏକାଡେମୀର କ୍ୟାଡେଟ୍ ଆନନ୍ଦ ଲାକ୍ରା (ରକ୍ଷଣଭାଗ), ପଙ୍କଜ କୁମାର ରଜକ (ଗୋଲ୍ରକ୍ଷକ), ସିଲାନନ୍ଦ ଲାକ୍ରା (ଫରୱାର୍ଡ) ସମ୍ବର୍ଦ୍ଧିତ ହୋଇଥିଲେ ।

ରକ୍ଷଣ ଭାଗରେ ଖେଳୁଥିବା ଆନନ୍ଦ ନିକଟରେ ଅଷ୍ଟ୍ରେଲିଆର ପର୍ଥରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ହକି ଲିଗ୍ରେ ଭାରତ “ଏ’ ଦଳର ପ୍ରତିନିଧିତ୍ୱ କରିଥିଲେ । ଉଭୟ ସିଲାନନ୍ଦ ଓ ପଙ୍କଜ ୨୦୧୭ ଅକ୍ଟୋବର ମାସରେ ମାଲେସିଆରେ ଅନୁଷ୍ଠିତ ସୁଲତାନ ଜୋହର କପ୍ରେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ସାଇକ୍ଲିଂରେ ୨୦୧୭ ଜୁଲାଇ ମାସରେ ନ୍ୟୁୟର୍କରେ ଅନୁଷ୍ଠିତ ବିଶ୍ୱ ସାଇକ୍ଲିଂ ଚମ୍ପିୟନସିପ୍ର ଜୁନିୟର ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବା ସାଇକ୍ଲିଷ୍ଟ ଦିନେଶ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ଅକ୍ଟୋବର ମାସରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସିଆ କପ୍ ପ୍ରତିଯୋଗିତାର ୩ ହଜାର ମିଟର ବର୍ଗରେ ସେ ତୃତୀୟ ସ୍ଥାନ ହାସଲ କରଥିଲେ । ସପ୍ତମ ଜୁନିୟର ହକି ଚମ୍ପିୟନସିପ୍ରେ ଏସ୍ପିଏସ୍ବି ହକି ଦଳର ପ୍ରତିନିଧିତ୍ୱ କରିଥିବା ସେଲ୍ ହକି ଏକାଡେମୀର ୧୪ ଜଣ ଖେଳାଳୀଙ୍କୁ ମଧ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ରବି ରାଜପୁତ, ମିଲନ ଟପ୍ପୋ, ସୁସରାମ ପୂର୍ତ୍ତି, ସମୀର ଏକ୍କା, ଦେବ ପ୍ରସାଦ କୁଜୁର, ଏମ୍.ଧନଞ୍ଜୟ, ଜୟପ୍ରକାଶ ପଟେଲ, ଅନୁଗ୍ରହ କୁଜୁର, ଅଭିରାମ ଲୁଗୁନ, ଇନୋସେଣ୍ଟ ମୁଣ୍ଡା, ନବୀନ କୁଜୁର, ରଜତ ମିଞ୍ଜ, ଟି.କିଙ୍ଗଷ୍ଟନ, ମିନାସ ଟପ୍ପୋ ।

ମହିଳା କ୍ରିକେଟର ରୀମାଲକ୍ଷ୍ମୀ ଏକ୍କା ଏବଂ ଡି. ଜାନକୀ ରେଡ୍ଡୀଙ୍କୁ ଗତ ଜାନୁୟାରୀ ମାସରେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ବିସିସିଆଇ ସିନିୟର ମହିଳା ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଓଡିଶାର ପ୍ରତିନିଧିତ୍ୱ କରିବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍କୃତ ଅନ୍ୟ ଜାତୀୟ କ୍ରୀଡିବିତ୍ଙ୍କ ମଧ୍ୟରେ ଚେସ୍ ପ୍ରତିଭା ସ୍ୱୟଂଶ୍ରୀ ମହାନ୍ତି, ପାୱାର ଲିଫ୍ଟର ବିଜୟ କୁମାର ରାଉଳ, ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ସାମିଲ୍ ଥିଲେ । ସ୍ୱୟଂଶ୍ରୀ ମହାନ୍ତି ୨୦୧୭ ଜୁଲାଇ ମାସରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ଚମ୍ପିୟନସିପ୍ରେ ୧୦ ବର୍ଷରୁ କମ୍ ବାଳକ ବର୍ଗରେ ଭାରତର ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ଲାଭ କରିଥିବା ବେଳେ ଶ୍ରୀ ରାଉଳ ରାଞ୍ôଚ ଠାରେ ଅନୁଷ୍ଠିତ ଜାତୀୟ ବେଞ୍ଚ ପ୍ରେସ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ ।

ଅନୁରୂପ ଭାବେ ସ୍ୱସ୍ତି ସିଂହ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ଓଡିଶାର ପ୍ରତିନିଧିତ୍ୱ କରିଥିଲେ ତଥା ୧୮ ବର୍ଷରୁ କମ୍ ଜୁନିୟର ମହିଳା ବର୍ଗରେ ୬ ହଜାର ମିଟର ସ୍କ୍ରାଚ୍ ରେସ୍ରେ ତୃତୀୟ ସ୍ଥାନ ଲାଭ କରିଥିଲେ । ହକି ପ୍ରଶିକ୍ଷକ ରାଜୁକାନ୍ତ ସାଇନି ଏବଂ ଚେସ୍ କୋଚ ପ୍ରଫୁଲ୍ଲ କୁମାର ସାହୁଙ୍କ ମଧ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Post