ଯାଜପୁର,୧୦/୧୨: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ କ୍ରୀଡାପେମୀ ଏବଂ ଗ୍ରାମାଂଚଳରେ କ୍ରୀଡାର ବିକାଶ କ୍ଷେତ୍ରରେ ଅନ୍ତରିକତାପୂର୍ଣ୍ଣ ଉଦ୍ୟମ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ଭୁବନେଶ୍ୱରରେ ଆୟୋଜନ କରି ସମଗ୍ର ବିଶ୍ୱରେ ଓଡିଶାରେ ଗରିମା ବୃଦ୍ଧି କରିଛନ୍ତି । କ୍ରୀଡାର ବିକାଶ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଦୃଷ୍ଟାନ୍ତଯୋଗ୍ୟ ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଗମାରିଆର ନେତାଜୀ ସ୍ପୋଟିଂକ୍ଲବ ତରଫରୁ ଅନୁଷ୍ଠିତ ଷଷ୍ଠ ବାର୍ଷିକ ଆନ୍ତଃଜିଲ୍ଲା ଫୁଟବଲ ଟୂର୍ଣ୍ଣାମେଂଟକୁ ବିଜୁ ଯୁବ ଜନତା ଦଳର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ଶନିବାର ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତୀଶ କହିଥିଲେ ଯେ, ଏଠାରେ ଆଦିବାସୀ, ଦିନ ମଜୁରିଆ ମାନଙ୍କ ତରଫରୁ ଏଭଳି ଏକ ପ୍ରତିଯୋଗୀତା ସ୍ୱାଗତଯୋଗ୍ୟ । ଏହିଭଳି ସ୍ଥାନରେ ଥିବା ପଡିଆରେ ଷ୍ଟାଡିୟମ ନିର୍ମାଣ କରାଯାଇ ପାରିଲେ ସରକାରଙ୍କ କ୍ରୀଡାର ବିକାଶ ପାଇଁ ହେଉଥିବା ଯୋଜନାର ବାସ୍ତବ ସଫଳ ରୁପାୟନ ହୋଇ ପାରିବ ।
ଉଦଘାଟନୀ ମ୍ୟାଚରେ କଳିଙ୍ଗନଗରକୁ ୨-୦ ଗୋଲରେ ହରାଇ ନେତାଜୀ ସ୍ପୋଟିଂ କ୍ଲବ ବିଜୟୀ ହୋଇଛି । ସେହିପରି ଉଦଘାଯନୀ ଦିବସର ଦ୍ୱିତୀୟ ମ୍ୟାଚରେ କରନ କ୍ଲବକୁ ୧-୦ ଗୋଲରେ ହରାଇ ଯାଜପୁର ବିଜୟୀ ହୋଇଛି । ସୁଜାତା ସିଦ୍ଧୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ସଭାରେ ସମାଜସେବୀ ଲକ୍ଷ୍ମୀଧର ସାହୁ, କାର୍ତ୍ତିକ ସ୍ୱାଇଁ, ବାବୁଲି ବିଙ୍ଗୁଆ, ଲକ୍ଷ୍ମଣ ପ୍ରଧାନ, କୁସୁନ ସିଦ୍ଧୁ, ବାଇନ କୁଲଡି, ନିନି ଚାତର ପ୍ରମୁଖ ଯୋଗଦେଇ ଉଦବୋଦନ ଦେଇଥିଲେ । ବାବୁ ଚାତର ଓ ବିଜୟ ବର୍ଲା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଉଦଘାଟନ ଉତ୍ସବରେ କଳିଙ୍ଗନଗର ଟିମ ଅଧିନାୟକ ବାପି ମୁର୍ମୁ ଏବଂ ନେତାଜୀ ଟିମର ଅଧିନାୟକ ବାବୁଲି ପିଙ୍ଗୁଆଙ୍କ ସମେତ ଉଭୟ ଦଳର ଖେଳାଳୀମାନେ ଉପସ୍ଥିତ ଥିଲେ ।