Wed. Nov 6th, 2024

କୋହଳ ହେଲା ନିୟମ; ରାଜଧାନୀରେ ଚାଲିବ ନିର୍ମାଣ କାମ

By amfnews Apr 21, 2020 #Featured
107 Views

ଭୁବନେଶ୍ୱର : ରାଜଧାନୀରେ ନିର୍ମାଣ କାର୍ଯ୍ୟ ପାଇଁ ନିୟମ କୋହଳ ହୋଇଛି। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ଭୁବନେଶ୍ୱରରେ ନିର୍ମାଣ ଚାଲୁ ରଖିବା ନିମନ୍ତେ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି।

ଲକଡାଉନ୍ ପିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏହି ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ ଅନୁମତି ମିଳିବ । ନିର୍ମାଣ ଉପକରଣ ଲାଗି ଦୋକାନୀମାନେ ଟେଲିଫୋନ୍ ମାଧ୍ୟମରେ ଅର୍ଡର ନେଇ ସମଗ୍ରୀ ପଠାଇବେ । ଇଞ୍ଜିନିୟରମାନେ କମ୍ପାନୀ ପରିଚୟପତ୍ର ଦେଖାଇ ନିର୍ମାଣସ୍ଥଳକୁ ଯାଇପାରିବେ ।

ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିବ। ତେବେ ଏଥିପାଇଁ ଶ୍ରମିକଙ୍କୁ ବାହାରୁ ଆଣିବା ମନା ।ସାଇଟ୍ ଉପରେ ଉପଲବ୍ଧ ହେଉଥବା ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯିବ ।

ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ଉପକରଣ ଯଥା ସିମେଣ୍ଟ, ଲୁହା ରଡ୍ ଏବଂ ଚିପ୍ସ ବିକ୍ରୟ ଦୋକାନ ଖୋଲା ରହିବ । ନିର୍ମାଣ ସ୍ଥଳକୁ ସାମଗ୍ରୀ ପରିବହନ କେବଳ ରାତିରେ ହିଁ କରାଯିବ। ରାତି ୧୦ଟାରୁ ସକାଳ ୫ଟା ଭିତରେ ଏହି ପରିବହନ ନେଇ ଏଜେନ୍ସି, ଡେଭଲପର ଓ କଣ୍ଟ୍ରାରମାନେ ନିଶ୍ଚିତ କରାଇବେ ବୋଲି ବିଏମସି ଉଲ୍ଲେଖ କରିଛି।

Dr Sudhanshu Sarangi

@SarangiSudhansu

In-situ construction (sites where workers are residing) will be allowed from tomorrow in Bhubaneswar.
Shops selling construction materials can receive telephonic orders & send materials to site.
Engineers supervising such construction will be allowed on showing Company I’d.

By amfnews

Related Post