161 Views
ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ସକାଳେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ କୋର୍ଟରେ ହାଜର କରାଯାଇଛି। ଏହାପୂର୍ବରୁ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି।
ଆଜି ଭୋରରୁ ଆଶୀର୍ବାଦଙ୍କ ଘରେ ରେଡ୍ କରି ସିବିଆଇ NBW ବଳରେ ତାଙ୍କୁ ଗିରଫ କରିଛି । ଆଶୀର୍ବାଦଙ୍କ ଗିରଫ ନେଇ କୋର୍ଟ NBW ଜାରି କରିଥିଲେ । ଏଥିଯୋଗୁ ତାଙ୍କୁ ରିମାଣ୍ଡରେ ନିଆଯିବ ନାହିଁ ବୋଲି କହିଛନ୍ତି ସିବିଆଇ କର୍ତ୍ତୃପକ୍ଷ।
ଆଶୀର୍ବାଦଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଚାର୍ଜସିଟ୍ କରିଥିଲା ସିବିଆଇ। ପୂର୍ବରୁ ଅନେକ ଥର ଆଶୀର୍ବାଦ ଓ କମଳାକାନ୍ତଙ୍କୁ ଜେରା ମଧ୍ୟ କରିଛି ସିବିଆଇ।