Thu. Dec 26th, 2024

କୋମାରେ ଉତ୍ତରକୋରିଆ ଶାସକ କିମ ଜଙ୍ଗ୍ ଉନ୍, ଭଉଣୀ ସମ୍ଭାଳିବେ ପଦ !

By amfnews Aug 24, 2020 #Featured
383 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪  : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ କୋମାରେ ଅଛନ୍ତି ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ ପରିଚାଳନା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦକ୍ଷିଣ କୋରିଆର ପୂର୍ବତନ ନେତା କିମ ଡି ଜଙ୍ଗଙ୍କ ପୂର୍ବତନ ସହକର୍ମୀ କିମ ଜୋଙ୍ଗ କୋମାରେ ଯିବା ବିଷୟରେ ଏକ ପୋଷ୍ଟ କରିଛନ୍ତି।

ସ୍ୱର୍ଗତ ନେତା କିମ ଡି ଜଙ୍ଗଙ୍କ ସମୟରେ ରାଜନୈତିକ ବ୍ୟାପାର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଚାଙ୍ଗ ସଙ୍ଗ୍ ମିନ୍ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ଉତ୍ତର କୋରିଆର କୌଣସି ନେତା ତାଙ୍କ ପଦ ଏବଂ ଅଧିକାରକୁ ଅନ୍ୟ ନେତାଙ୍କୁ ହସ୍ତାନ୍ତର କରନ୍ତି ନାହିଁ । ତେବେ ଯଦି କୌଣସି ନେତା ଗୁରୁତର ଭାବେ ଅସୁସ୍ଥ ହୋଇପଡନ୍ତି ଶାସନ ବ୍ୟବସ୍ଥା ସମ୍ଭାଳିବା ପାଇଁ ସେ ଅଯୋଗ୍ୟ ହୋଇପଡନ୍ତି ତେବେ ସେହି ସମୟରେ ହିଁ କୌଣସି ନେତା ନିଜ ପଦ ଓ ଅଧିକାରକୁ ଅନ୍ୟ ନେତାଙ୍କୁ ହସ୍ତାନ୍ତର କରିଥାନ୍ତି ।

ଚାଙ୍ଗ ସଙ୍ଗ୍ ମିନ୍ ଆହୁରି ଲେଖିଛନ୍ତି ଯେ ମୋର ବିଶ୍ୱାସ କିମ ଜୋଙ୍ଗ ଉନ କୋମାରେ ଅଛନ୍ତି କିନ୍ତୁ ସେ ମରି ନାହାଁନ୍ତି । ଉତ୍ତର କୋରିଆରେ ଏକ ପୂର୍ଣ୍ଣ ଉତ୍ତରାଧିକାରୀ ସଂଗଠନ ସୃଷ୍ଟି ହୋଇନାହିଁ, ତେଣୁ କିମ ୟୋ ଜୋଙ୍ଗଙ୍କୁ ସାମ୍ନାକୁ ଅଣାଯାଇଛି | ଏହାର କାରଣ ହେଉଛି ଏହି ପଦବୀକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ରଖାଯାଇପାରିବ ନାହିଁ ।

କିମ୍ ବର୍ତ୍ତମାନ ଚେତାଶୂନ୍ୟ ଏବଂ ନିଷ୍କ୍ରିୟ ଥିବା ନେଇ ଚାଇନାର ଏକ ଗୁଇନ୍ଦା ରିପୋର୍ଟକୁ ଆଧାର କରି ସେ ସୂଚନା ପାଇଥିବା ନେଇ ଚାଙ୍ଗ ଦାବି କରିଛନ୍ତି । ସାଉଥ କୋରିୟାନ ଡେଲିର ସୂଚନା ଅନୁଯାୟୀ, ସିଓଲର ଗୁପ୍ତଚର ଏଜେନ୍ସି ଏକ ବନ୍ଦ କୋଠରୀରେ ଏ ନେଇ ଆଇନ ବିଶାରଦ ମାନଙ୍କ ସହ ବିଚାରବିମର୍ଶ କରିବା ପରେ, କିମ ତାଙ୍କର ବିଶ୍ୱସ୍ତ ସହଯୋଗୀମାନଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଆବଣ୍ଟିତ କରିଛନ୍ତି ।

ତେବେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି କହିଛି ଯେ ଏହି ନୂତନ ବ୍ୟବସ୍ଥା କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ନୁହେଁ । ତେବେ କିମ ଜୋଙ୍ଗ ଉନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଉପୁଜିଥିବା ସଂଶୟକୁ ଦୂର କରିବା ନେଇ ଏକ ବିବୃତି ଜାରି କରିବା ପରେ ହିଁ ଚାଙ୍ଗ ଏ ସମ୍ପର୍କରେ ଦାବି କରିଛନ୍ତି ।

ଯଦିଓ କେସିଏନ୍ଏ ରିପୋର୍ଟ କରିଛି ଯେ କିମ ଜୋଙ୍ଗ ଉନ ଶେଷ ଥର ପାଇଁ ମେ 2 ତାରିଖରେ ଏକ ସାର କାରଖାନାର ଉଦଘାଟିନ ସମାରୋହ ଅବସରରେ ଉପସ୍ଥିତ ଥିଲେ । ଏହା ପରଠାରୁ କିମଙ୍କୁ ଆଉ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହିଁ ।

By amfnews

Related Post