ଭୁବନେଶ୍ୱର, ଏପ୍ରିଲ 21 : କୋରନା ପରି ଭୟଙ୍କର ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ସରକାର ଅନେକ ପ୍ରକାର ନିୟମମାନ ଘୋଷଣା କରିଥିଲେ ମଧ୍ୟ ସେସବୁକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତ୍ୟକ ପ୍ରତିବନ୍ଧକ ପରିଲକ୍ଷିତ ହେଉଛି । ମାସ୍କ ପିନ୍ଧିବା ନିହାତି ଜରୁରୀ ଏବଂ ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ଠାରୁ ଜୋରୀମାନା ଆଦାୟ ସହ କଠୋର ଦଣ୍ଡ ବିଧାନ କରାଯିବ ବୋଲି ସରକାର ଘୋଷଣା କରିବା ସହ ମାସ୍କ ବ୍ୟବହାର କରୁନଥିବା ସାଧାରଣ ଲେକମାନଙ୍କ ଠାରୁ ଜୋରୀମାନା ଆଦାୟ କରିବା ସହ ସର୍ବସାଧାରଣରେ ଉର୍ଚ୍ଛିତ କରାଯାଉଛି ।
ମାତ୍ର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ ଖୋଲାଖୋଲି ଭାବେ ଗଣମାଧ୍ୟମରେ ସରକାରଙ୍କର ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ଦାଇତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କ ବିରୁଧରେ କୌଣସି ପଦକ୍ଷେପ ନେଇନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ଦେଖାଦେଇଛି । ବିଭିନ୍ନ ବୈଦୁତିକ ଗଣମାଧ୍ୟମରେ ମାସ୍କ ପିନ୍ଧି ନଥିବା ଶ୍ରୀ ରାଉତରାୟଙ୍କର ଉକ୍ତିମାନ ବାରମ୍ବାର ପ୍ରସାରିତ ହେଉଥିଲେ ମଧ୍ୟ କଂଗ୍ରେସର ତୁଙ୍ଗନେତାମାନେ ଏବଂ ଆଇନ ଶୃଙ୍ଖଳା ଦାଇତ୍ୱରେ ଥିବା ପଦସ୍ତ ପୋଲିସ ଓ ସରକାରୀ କର୍ମଚାରୀମାନେ ନିରବଦ୍ରଷ୍ଟା ଭାବେ ଏସବୁକୁ ବରଦାସ୍ତ କରୁଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି । ଶ୍ରୀ ରାଉତରୟ କ’ଣ ଆଇନର ଉର୍ଦ୍ଦରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସହ କେଉଁ କାରଣରୁ ସରକାର ତାଙ୍କର ଏଭଳି ଆଚରଣକୁ ବରଦାସ୍ତ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି ।
ପ୍ରଶାନ୍ତ ପଟ୍ଟନାୟକ