Sat. Nov 2nd, 2024

କୋଭିସିଲ୍ଡ ପରେ କୋଭାକ୍ସିନର ଦର ଧାର୍ଯ୍ୟ, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା

By amfnews Apr 25, 2021 #Featured
198 Views

ନୂଆଦିଲ୍ଲୀ , ଏପ୍ରିଲ 25 : ପୂର୍ବରୁ ସେରମ କୋଭିସିଲ୍ଡ ଭ୍ୟାକ୍ସିନର ଦର ଘୋଷଣା କରିଥିବା ବେଳେ ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ଦର ଘୋଷଣା କରାଯାଇଛି ।ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବେ । ଘରୋଇ ହସ୍ପିଟାଲକୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଦେବାକୁ ପଡ଼ିବ ।

ଏଥିସହ ରପ୍ତାନୀ ଲାଗି ଡୋଜ୍ ପିଛା ୧୫ରୁ ୨୦ ଡଲାର ଦାମ ରହିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର କୋଭାକ୍ସିନ୍ ଡୋଜ୍ ପିଛା ୧୫୦ ଟଙ୍କାରେ କିଣିବେ । ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ନେବ ।

ବାକି ୫୦ ପ୍ରତିଶତ ଭ୍ୟାକ୍ସିନ୍ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣିବେ । ମେ\’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ ୨ଟି ଟିକା ଦିଆଯାଉଛି ।

ପୂର୍ବରୁ କୋଭିସିଲ୍ଡ ଟିକା ଦାମ ସେରମ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଥିଲା । ସେହିପରି କୋଭିସିଲ୍ଡ ଡୋଜ୍ ପିଛା ରାଜ୍ୟ ସରକାର ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । 

By amfnews

Related Post