Sat. Nov 23rd, 2024

କୋଭିସିଲ୍ଡ ଡୋଜ ବ୍ୟବଧାନ ବଢାଇବାକୁ ସୁପାରିସ, ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ଅପିଲ୍

By amfnews May 13, 2021 #Featured
153 Views

ନୂଆଦିଲ୍ଲୀ, ମେ ୧୩ :

କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ରଖିବାକୁ ନୀତି ଆୟୋଗ ସଦସ୍ୟ ଭିକେ ପାଉଲ ସରକାରଙ୍କୁ ସୁପାରିସ୍ କରିଛନ୍ତି । କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ସୁପାରିସ୍ କରାଯାଇଛି ।

ବୁଧବାର NEGVAC ବୈଠକରେ କୋଭିଡରୁ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ପ୍ରଥମ ଡୋଜ୍ ଟିକ ନନେଇ ୬ ମାସ ପରେ ନେବା ପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ କୋଭିଡରୁ ସୁସ୍ଥ ହେବାର ୧୪ ଦିନ ପରେ ଟିକା ଦିଆଯାଉଛି । ଏହାକୁ ବୃଦ୍ଧି କରି ୬ ମାସ କରାଯିବାକୁ ସୁପାରିସ୍ କରାଯାଇଛି ।

ଏଥିସହ ବିଶେଷଜ୍ଞ କମିଟି ସୁପାରିସ୍ ଅନୁସାରେ, କୋଭିଡ୍ ଚିକିତ୍ସା ସମୟରେ ପ୍ଲାଜମା ନେଇଥିବା ଲୋକ ଅନ୍ତତଃ ୧୨ ସପ୍ତାହ ପରେ ଟିକା ନେବେ । ସେହିଭଳି ଅନ୍ୟ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ କୋଭିଡ୍ ଟିକା ନେବାକୁ ସୁପାରିସ୍ କରାଯାଇଛି । ତେବେ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯାଉଛି ।

By amfnews

Related Post