Wed. Nov 20th, 2024

କୋଭିଡ-୧୯: ବ୍ରାଜିଲରେ ୪ କୋଟି ଲୋକ ଆକ୍ରାନ୍ତ, ୧ ଲକ୍ଷ ୨୩ ହଜାର ମୃତ

By amfnews Sep 3, 2020 #Featured
173 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ (ଖବର ଓଡ଼ିଶା): ସମଗ୍ର ବିଶ୍ୱ କରୋନା ଭାଇରସ ମହାମାରୀ ଯୋଗୁଁ ସଂକଟ ପରିସ୍ଥିତି ଦେଇ ଗତି କରୁଛି । ବିଶ୍ୱବାସୀ ଏବେ କରୋନା ଟିକା ଓ ଔଷଧକୁ ଅପେକ୍ଷା କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ୯ ମାସ ଅତିକ୍ରାନ୍ତ ହୋଇସାରିଛି । କିନ୍ତୁ ଅସୁବିଧା କେବେ ଠିକ ହେବ, ତାହାର କୌଣସି ସୁନିଶ୍ଚିତତା ନାହିଁ । ଯୁକ୍ତରାଷ୍ଟ୍ର ଆମେରିକା ସମେତ ବ୍ରାଜିଲ, ଭାରତ, ରୁଷିଆରେ କରୋନା ଭାଇରସ ମହାମାରୀର  ଅଧିକ ପ୍ରଭାବ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୬୨ ଲକ୍ଷ ୯୦ ହଜାର ୪୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮୯ ହଜାର ୯୪୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୫ ଲକ୍ଷ ୪୫ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୫୪ ହଜାର ୫୪୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୧୨୪ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ଗୁରୁବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୬୧ ଲକ୍ଷ ୬୯ ହଜାର ୨୧୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୬୬ ହଜାର ୫୮୧ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୮୪ ଲକ୍ଷ ୩୪ ହଜାର ୩୨୩ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୬୮  ହଜାର ୩୦୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୬୯୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୧୦ ଲକ୍ଷ ୫ ହଜାର ସଂକ୍ରମିତ, ୧୭ ହଜାର ୪୧୪ ମୃତ

ପେରୁ: ୬ ଲକ୍ଷ ୬୩ ହଜାର ୪୩୭ ସଂକ୍ରମିତ, ୨୯ ହଜାର ୨୫୯ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୨୦ ହଜାର ୧୩୨ ସଂକ୍ରମିତ, ୧୩ ହଜାର ୭୪୩ ମୃତ

କଲୋମ୍ବିଆ: ୬ ଲକ୍ଷ ୩୩ ହଜାର ୩୩୯ ସଂକ୍ରମିତ, ୨୦ ହଜାର ୩୪୮ ମୃତ 

ମେକ୍ସିକୋ: ୬ ଲକ୍ଷ ୬ ହଜାର ୩୬ ସଂକ୍ରମିତ, ୬୫ ହଜାର ୨୪୧ ମୃତ

ସ୍ପେନ: ୪ ଲକ୍ଷ ୭୯ ହଜାର ୫୫୪ ସଂକ୍ରମିତ, ୨୯ ହଜାର ୧୯୪ ମୃତ 

ଆର୍ଜେଣ୍ଟିନା: ୪ ଲକ୍ଷ ୩୯ ହଜାର ୧୭୨ ସଂକ୍ରମିତ, ୯ ହଜାର ୧୧୮ ମୃତ

ପାକିସ୍ତାନ: ୨ ଲକ୍ଷ ୯୬ ହଜାର ୫୯୦ ସଂକ୍ରମିତ, ୬ ହଜାର ୩୧୮ ମୃତ 

By amfnews

Related Post