Thu. Jan 23rd, 2025

କୋଭିଡ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ଟାଇମ୍ ଫ୍ରେମ ପାଇଁ ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ରସରକାରଙ୍କୁ ଚିଠି

By amfnews Nov 25, 2020 #Featured
174 Views

ଭୁବନେଶ୍ବର, ନଭେମ୍ବର ୨୫ : କୋଭିଡ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ଟାଇମ୍ ଫ୍ରେମ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି  ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରାଯାଉ । କୋଭିଡ୍ ସ୍ଥିତିରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ହେବ , ସେଥିପାଇଁ ଏକ ଟାଇମ ଫ୍ରେମ୍ ପ୍ରସ୍ତୁତ ହେଉ ।

ଟାଇମ୍ ଫ୍ରେମ ପ୍ରସ୍ତୁତ ହେବା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପରୀକ୍ଷାକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ସମସ୍ୟା ଦୂର ହୋଇପାରିବ ।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ଅନେକ ସମୟ ଧରି ସ୍କୁଲ , କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢୁଛନ୍ତି । ପରୀକ୍ଷା ମଧ୍ୟ ଅନଲାଇନ ଯୋଗେ ହେଉଛି । ତେବେ ସ୍କୁଲ ଖୋଲିଲେ ବୋର୍ଡ ପରୀକ୍ଷା ହେବ ବୋଲି ବିଭାଗୀୟ ମନ୍ତ୍ରୀ ନିଶ୍ଚିତ କରିଛନ୍ତି । ତେବେ କେନ୍ଦ୍ରସରକାର ସେ ନେଇ କଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିନଥିବାରୁ ରାଜ୍ୟସରକାରଙ୍କର ଶିକ୍ଷାବର୍ଷ ଓ ପରୀକ୍ଷା ପାଇଁ ଚିନ୍ତା ବଢିଛି  ।

By amfnews

Related Post