Sat. Jan 4th, 2025

କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର

By amfnews Aug 16, 2020 #Featured
277 Views

ନୂଆଦିଲ୍ଲୀ, ଅଗଷ୍ଟ ୧୬ : ଜମ୍ମୁ କଶ୍ମୀରର ପ୍ରସିଦ୍ଧ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ଲାଗି ସାଧାରଣ ଶ୍ରଦ୍ଧାଳୁଙ୍କର ଯାତ୍ରା ଆରମ୍ଭ ହୋଇଛି । କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଚଳିତ ଥର କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରିବାକୁ ପଡୁଛି । କରୋନା ଭାଇଣସ ଯୋଗୁଁ ଦୀର୍ଘ ୫ ମାସ ବନ୍ଦ ରହିବା ପରେ ମନ୍ଦିରକୁ ସାଧାରଣ ଦର୍ଶନ ଲାଗି ଖୋଲାଯାଇଛି । ମନ୍ଦିର ଭିତରକୁ ଦିନକୁ ୨୦୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ । ଜଣେ ଶ୍ରଦ୍ଧାଳୁ କହିଛନ୍ତି, ମା’ଙ୍କ ମନ୍ଦିର ଖୋଲାଯିବାକୁ ନେଇ ମୁଁ ଖୁସି ଅନୁଭବ କରୁଛି ।

ଏହା ପୂର୍ବରୁ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ଆକର୍ଷଣୀୟ ପ୍ରାକେଜ ଘୋଷଣା କରିଛି । କଂପାନୀ ତରଫରୁ ଏହି ପ୍ୟାକେଜକୁ ମାତାରାଣୀ ରାଜଧାନୀ ପ୍ୟାକେଜ ନାମ ଦିଆଯାଇଛି । ଯାତ୍ରୀମାନେ ଏହି ପ୍ୟାକେଜ ମାଧ୍ୟମରେ ଚଳିତ ବର୍ଷ କରୋନା ଭାଇରସ ମହାମାରୀ ସମୟରେ ବୈଷ୍ଣୋଦେବୀଙ୍କ ପୀଠ ବୁଲିପାରିବେ ।

ଏହ ପ୍ୟାକେଜ ମାଧ୍ୟମରେ ମୋଟ ୩ ଦିନ ଏବଂ ଚାରି ରାତି ପାଇଁ ଯାତ୍ରୀ ଯାତ୍ରା କରିପାରିବେ । ପ୍ୟାକେଜ ଅନୁସାରେ ଦିଲ୍ଲୀ ରେଳ ଷ୍ଟେସନରୁ ରାତି ୮ଟା ୪୦ରେ ଟ୍ରେନ ଛାଡ଼ିବ । ଯାତ୍ରା ପ୍ୟାକେଜ ଅନୁଯାୟୀ ଯାତ୍ରୀ ଆଗାମୀ ୨୦ ତାରିଖରେ ଯାତ୍ରା କରିପାରିବେ । ଟୁର ପ୍ୟାକେଜର ବୁକିଂ ଆଇଆରସିଟିସିର ୱେବସାଇଟ ଅଥବା ଆଂଚଳିକ କାର୍ଯ୍ୟାଳୟରୁ ଜାଣିହେବ ।

ଯାତ୍ରୀ ଭଡ଼ା ଏମତି ଏବଂ ନିୟମ ଜାଣନ୍ତୁ

-ଜଣେ ଯାତ୍ରୀଙ୍କ ପାଇଁ ଭଡା ୭୯୦୦ ଟଙ୍କା ରହିବ

-ଦୁଇ ଜଣ ଯାତ୍ରୀଙ୍କ ପାଇଁ ଯାତ୍ରୀ ପିଛା ୬୨୮୦ ଟଙ୍କା ରହିବ

-ତିନି ଜଣ ଯାତ୍ରୀଙ୍କ ପାଇଁ ଯାତ୍ରୀ ପିଛା ୬୧୦୫ ରହିବ

-୫ ବର୍ଷରୁ ୧୧ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ଯଦି ଶଯ୍ୟା ଚାହିଁବେ ମୂଲ୍ୟ ରହିବ ୫୨୦୫ ଟଙ୍କା

-ପିଲାଙ୍କ ପାଇଁ ଶଯ୍ୟା ଚାହୁଁ ନଥିଲେ ଭଡା ରହିବ ୪୫୫୫ ଟଙ୍କା

-ଏହି ଟୁର ପ୍ୟାକେଜରେ ଜମ୍ମୁର ରାଜଧାନୀରୁ ଯାତ୍ରା କରାଯିବ

-ସାଇଟ ସିନ ଏବଂ ଦର୍ଶନ ପାଇଁ ଯିବା ସମୟରେ ଏସି ଗାଡ଼ିରେ ନିଆଯିବ

-ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଦିଆଯିବ

-ଟୁର ପ୍ୟାକେଜ ଅନୁଯାୟୀ କନ୍ଦ କୋନ୍ଦଲି, ରଘୁନାଥଜୀ ମନ୍ଦିର, ବଗେ ବାହୁ ଗାର୍ଡେନ ବୁଲିପାରିବେ ଯାତ୍ରୀ

By amfnews

Related Post