138 Views
ଦିଲ୍ଲୀ,ନଭେମ୍ବର 28 : ଦେଶରେ କରୋନା ଟିକା ପ୍ରସ୍ତୁତି ପାଇଁ ଏହି ସବୁ ସଂସ୍ଥା ଜୋରସୋରରେ ଲାଗିପଡ଼ିଛନ୍ତି । ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନିକା ସହ ମିଶି କରୋନା ଟିକା ପ୍ରସ୍ତୁତ କରୁଛି । ସିରମ ଇନଷ୍ଟିଚ୍ୟୁଟରେ ବିଶ୍ୱରେ ସବୁଠୁ ଅଧିକ ପରିମାଣରେ ଟିକା ପ୍ରସ୍ତୁତ କରିଥାଏ ତେଣୁ କରୋନା କାଳରେ କୋଭିଡ୍ ଟିକା ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ କରିବାକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ କରିବେ ।
ଅହମଦାବାଦରେ ଜାଇଡସ୍ ବାଇଓଟେକ୍ ପାର୍କ ଥିବା ବେଳେ ହାଇଦ୍ରାବାଦରେ ଭାରତ ବାଇଓଟେକ୍ ଟିକା ପ୍ରସ୍ତୁତି କରୁଛି । ସେହିପରି ପୁନେରେ ସିରମ ଇନଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ମୋଦୀ ଏହି ସବୁ ଜାଗାକୁ ଯାଇ ଟିକା ପ୍ରସ୍ତୁତି କରଣ ଓ ପ୍ରକ୍ରିୟାର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।