Mon. Jun 9th, 2025

କୋଟି କୋଟି ଟଙ୍କାର ବଙ୍ଗଳା ଓ ବ୍ୟବସାୟ ଛାଡ଼ି ବୈରାଗ୍ୟ ରାସ୍ତାରେ ପରିବାର

By amfnews Jan 11, 2019 #Featured
254 Views

ମୁମ୍ବାଇ, ଜାନୁଆରୀ ୧୧ : ଭିଭଣ୍ଡିର ଗୋକୁଶନଗରରେ ରହୁଥିବା ରାକେଶ କୋଠରୀଙ୍କ ପରିବାର ସମସ୍ତ ସୁଖ ସଂପତ୍ତି ତ୍ୟାଗ କରି ବୈରାଗ୍ୟ ରାସ୍ତାରେ ବାହାରିଛନ୍ତି। ରାକେଶ କୋଠରୀ,ତାଙ୍କ ପତ୍ନୀ ସୀମା,ପୁଅ ମିତ୍‌ ଓ ଝିଅ ଶୈଲୀ ଆଗାମୀ ଫେବୃଆରି ୧୧ ତାରିଖରେ ଗୁଜୁରାଟର ଶଙ୍ଖେଶ୍ୱରରେ ଜୈନ ଧର୍ମରେ ଦୀକ୍ଷିତ ହେବେ। ସେମାନେ ଏହି ଦକ୍ଷ ଜୈନ ଧର୍ମ ଅନୁଯାୟୀ ସଂଯମ ଜୀବନ ବିତାଇବାର ନିଷ୍ପତ୍ତି ନେଇଛନ୍ତି।

ରାକେଶ ଓ ତାଙ୍କ ପରିବାର ପାରଂପାରିକରୀତିରେ ବ୍ୟାଣ୍ଡ ବାଜା ବଜାଇ ନିଜର ବୈରାଗ୍ୟ ଉତ୍ସବ ମନାଇଥିଲେ।ଏଥିରେ ଜୈନ ସାମଜର ବହୁ ଲୋକ ଯୋଗ ଦେଇଥିଲେ। ରାକେଶ କୋଠରୀ (୪୫) ଜଣେ କପଡା ବ୍ୟବସାୟୀ ଓ ତାଙ୍କର କୋଟି କୋଟି ଟଙ୍କାର ବ୍ୟବସାୟ ରହିଛି। ସୀମା କୋଠରୀ ଜଣେ ଗୃହିଣୀ,ତାଙ୍କ ପୁଅ ମିତ୍‌(୨୧) ହିନ୍ଦୁଜା କଲେଜରେ ବି କମ୍‌ କରିବାପରେ ସିଏ କୋର୍ସ କରୁଛନ୍ତି। ଝିଅ ଶୈଲୀ ଦଶମ ଶ୍ରେଣୀ ପାସ କରିବା ପରେ ଧାର୍ମିକ ଶିକ୍ଷା ଗ୍ରହଣ କରୁଛନ୍ତି। ସେ ଜଣେ ଗାୟିକା ମଧ୍ୟ। ଏହି ଚାରିଜଣଯାକ ଦୀକ୍ଷା ନେବା ପରେ ତାଙ୍କ ବ୍ୟବସାୟ ପରିଚାଳନା ଭାଗ ମଧ୍ୟ ସେମାନେ ଗ୍ରହଣ କରିବେ ନାହିଁ ବୋଲି କୁହାଯାଉଛି। ମୋକ୍ଷ ପ୍ରାପ୍ତି ଲାଗି ସେ ଏହି ବୈରାଗ୍ୟ ଦୀକ୍ଷା ନେବା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି ରାକେଶ କୋଠାରୀ।

By amfnews

Related Post