Wed. Jan 1st, 2025

କୋଏଲନଗର ମଣ୍ଡଳ ବୈଠକରେ ଜୁଏଲ ଓରାମ କର୍ମୀଙ୍କୁ ଭେଟିଲେ

By amfnews Nov 22, 2018 #Featured
248 Views

ରାଉରକେଲା, ୨୨ା୧୧  : ଆଜି କୋଏଲନଗର ମଣ୍ଡଳ ବୈଠକ କୋଏଲନଗର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳ ସ୍ୱାଗତ ଭାଷଣରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ବୈଠକରେ ଯୋଗ ଦେଇ ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଭେଟିବା ସହ ସଙ୍ଗଠନ ଉପରେ ଚର୍ଚ୍ଚା କରିଥିଲେ । ଶ୍ରୀ ଓରାମ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ରାଉରକେଲାରେ ଏହି ଯୋଜନାର ସଫଳତା ଉପରେ ଆଲୋଚନା କରିଥିଲେ ।

ସେ ସୂଚନା ଦେଇ କହିଲେ ଯେ, ଚଳିତ ମାସ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ବିଜ୍ଞାନ ଭବନରୁ ଭିଡିଓ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଦେଶର ୬୩ଟି ଭୌଗଳିକ କ୍ଷେତ୍ର ପାଇଁ ସହରୀ ଗ୍ୟାସ୍ ବିତରଣ ପ୍ରକଳ୍ପର ଆରମ୍ଭ ଅପରାହ୍ନ ୩ଟା ବେଳେ କରିବେ । ଏହି ପ୍ରକଳ୍ପରେ ସୁନ୍ଦରଗଡ ଓ ଝାରସୁଗୁଡା ସାମିଲ୍ ଅଛି । ସେହିଦିନ ସହରୀ ଗ୍ୟାସ ବିତରଣ ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ ପକ୍ଷରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ସେହି ସମୟରେ ସେହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଥିଲେ । ବିଜେପିର କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ରାଉରକେଲା ବିଧାନସଭା କ୍ଷେତ୍ର ପ୍ରଭାରୀ ତପନ କୁମାର ସ୍ୱାଇଁ, ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାଶ, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲତିକା ପଟ୍ଟନାୟକ ସଙ୍ଗଠନକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅନନ୍ତ କୁମାରଙ୍କ ନିଧନରେ ଶୋକ ପ୍ରକାଶ କରିବା ସହ ସେହି ମହାନ ନେତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଜିଲା ମୁଖପାତ୍ର ତଥା କୋଏଲନଗର ମଣ୍ଡଳ ପ୍ରଭାବୀ ଗଙ୍ଗାଧର ଦାଶ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ମନ୍ମଥ ଦାଶ, ଗଗନ ବିହାରୀ ତ୍ରିପାଠୀ, ସାଧାରଣ ସମ୍ପାଦକ ଏସ୍.ଏନ୍. ଚୌଧୁରୀ ଓ ରବୀନ୍ଦ୍ର କୁମାର ପାଣ୍ଡବ, ସମ୍ପାଦକ ଦୀପ୍ତି ପ୍ରସନ୍ନ ମହାନ୍ତି, ପ୍ରଶାନ୍ତ କୁମାର ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ନିର୍ମଳା ବେହେରା, ଯୁବମୋର୍ଚ୍ଚା ସଭାପତି ରଣଜିତ ପ୍ରଧାନ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଗଦାଧର ବେହେରା, କାର୍ତ୍ତିକ କାଳନ୍ଦୀ, ବିବେକ ମହାରଣା, ପାର୍ଥପ୍ରତିମ ମହାପାତ୍ର, ରେଣୁବାବାଳ ଚୌଧୁରୀ, ସସ୍ମିତା ପାଢୀ, ନିର୍ମଳା ବେହେରା, ଇପ୍ସିତା ବିଶ୍ୱାଳ, ଅଙ୍କୁଶ ବର୍ମା, ଅନିରୁଦ୍ଧ ଦାଶ, କପିଳ ମହାରଣା, ପ୍ରେମାନନ୍ଦ ସାମଲ, ରମେଶ ଚନ୍ଦ୍ର ସିଂ, ବି.ସି. ନାୟକ, କେ.ସି. ନାୟକ, ଜୟନ୍ତ ଦାସ, ବି.ସି. ଜେନା, ଚନ୍ଦନ ସାମଲ, ଅଙ୍କିତ ବେଗମ, କବିତା ବୋଇତି, ଶାନ୍ତିଲତା ପାଣ୍ଡବ, ଶୁଭ୍ରା ଷଡଙ୍ଗୀ, ପ୍ରତିସୟା ଦାସ, ସଂଯୁକ୍ତା ପ୍ରହରାଜ, ବାସନ୍ତୀ ସାହୁ, ରଶ୍ମିତା ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସୂର୍ଯ୍ୟ ପାଢୀ, ତ୍ରିବିକ୍ରମ ମାଝି, ସୌମ୍ୟରଞ୍ଜନ ରାଉତ, କାର୍ତ୍ତିକ ରାୟ, ପ୍ରକାଶ ରାଉତ, କିଶୋର ଚନ୍ଦ୍ର ପଟ୍ଟନାୟକ, ବିଶ୍ୱଜିତ ମହାନ୍ତି, ରଶ୍ମିରଞ୍ଜନ କର, ବୈଦ୍ୟନାଥ ରାୟ, ଗୌରୀ ମୁଣ୍ଡାରୀ, ତପନ କୁମାର ମହାରଣା, ଶକୁନ୍ତଳା ମୁଣ୍ଡାରୀ, କରୁଣାକର ସାହୁ, ଡି.ସି. ମାହାତୋ, ଦେବ ପ୍ରସାଦ ସାହୁ, ଚିତ୍ତରଞ୍ଜନ ଦାସ, କୁନା ମିଶ୍ର, ରଶ୍ମିତା ଶତପଥୀ, ରଶ୍ମି ମହାନ୍ତି, ପ୍ରଶାନ୍ତ ଗୌଡଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

By amfnews

Related Post