Sat. Mar 7th, 2026

କୋଭିଡ୍-୧୯ ସଙ୍କଟ ସମୟରେ ‘କାଶୀ’ ପ୍ରଦର୍ଶିତ ଆଶା ଓ ଉତ୍ସାହ ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀ ମୋଦୀ

222 Views

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟ କ୍ଷଣରେ କାଶୀବାସୀ ପ୍ରଦର୍ଶନ କରିଥିବା ଆଶା ଓ ଉତ୍ସାହ ପ୍ରେରଣାଦାୟୀ ବୋଲି ଆଜି ନିଜ ସାଂସଦୀୟ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଆହୁରି କାମ କରିବାକୁ ମୁଁ ଆପଣମାନଙ୍କ ଠାରୁ ପ୍ରେରଣା ପାଉଛି। ମୁଁ ଆପଣମାନଙ୍କ ଆଶିଷ ଲୋଡୁଛି ବୋଲି ପ୍ରଧାନମନ୍ତ୍ରୀ ଆଜି ବାରାଣସୀର କେତେକ ଏନ୍‌ଜିଓର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ବାର୍ତ୍ତାଳାପ କରି ଏ ସବୁ କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ଏହି ସବୁ ପ୍ରତିନିଧି ଲୋକମାନଙ୍କୁ ରେସନ୍ କିଟ୍ ଏବଂ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ।

ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରି ସେ କହିଲେ, ଏହି ସଙ୍କଟକ୍ଷଣରେ କାଶୀ ଆଶା ଓ ଉତ୍ସାହରେ ପୂର୍ଣ୍ଣ ରହିଛି। କାଶୀ ଆଗରେ କୋରନାଭାଇରସ୍ କିଛି ନୁହେଁ। ଏହି ସହର ଦୁନିଆକୁ ଶାନ୍ତି ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଲେ କି, ବାରାଣସୀବାସୀ ଓ ସେମାନଙ୍କ ଦେଶଜ ବାଣିଜ୍ୟ ନିମନ୍ତେ ଅନେକ ପଦ‌କ୍ଷେପ ନିଆଯାଇଛି ଓ ନିଆଯାଉଛି। ସମୁଚ୍ଚିତ ସହାୟତାରେ ବାରାଣସୀ ଅଗ୍ରଣୀ ରପ୍ତାନି ନାଭିଚକ୍ର ହୋଇପାରିବ। ଭାରତକୁ ଆତ୍ମନିର୍ଭର କରାଇବାରେ ଏହା ଦୃଷ୍ଟାନ୍ତ ସୃଷ୍ଟି କରିପାରିବ।

By amfnews

Related Post