Sun. Jun 8th, 2025

କୋଭିଡ୍-୧୯: ଫେଜ୍ -୩ରେ ସକାରତ୍ମକ ଫଳାଫଳ ଦେଲା ଫାଭିପିରାଭିର କ୍ଲିନିକାଲ୍ ପରୀକ୍ଷଣ

By amfnews Jul 23, 2020 #Featured
212 Views

ନୂଆଦିଲ୍ଲୀ: ସାମାନ୍ୟ ଏବଂ ମଧ୍ୟମ ନୋବେଲ କରୋନାଭାଇରସ୍ ରୋଗୀଙ୍କ ଉପରେ ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି। ଏ ନେଇ ଘୋଷଣା କରିଛି ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ। ବୁଧବାର ଦିନ ଏକ ବିବୃତ୍ତିରେ ଗ୍ଲେନମାର୍କ କହିଛି ଯେ, ଫାଭିପିରାଭିର ଦ୍ବାରା ଚିକିତ୍ସିତ ହେଉଥିବା କୋଭିଡ -୧୯ ରୋଗୀମାନେ ନିୟମିତ ଚିକିତ୍ସା ନେଉଥିବା ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହେଉଛନ୍ତି। ତଥ୍ୟ ଦର୍ଶାଇଛି ଯେ, ଫାବିଫ୍ଲୁ ଗ୍ରହଣ କରୁଥିବା ରୋଗୀମାନେ ପ୍ରାୟ ୨୯% ଦ୍ରୁତ ଗତିରେ ଭୂତାଣୁ ମୁକ୍ତ ହେଉଛନ୍ତି ।

ପ୍ରାୟ ୧୫୦ଜଣ ମୃଦୁରୁ ମଧ୍ୟମ ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା, ଯାହାର ଫଳାଫଳ ଏବେ ସକାରତ୍ମକ ଆସିଛି। “ଗ୍ଲେନମାର୍କ ଫାଭିପିରାଭିର କ୍ଲିନିକାଲ ଟ୍ରାଏଲରେ ରୋଗୀମାନେ ଫାଭିପିରାଭିର ଟାବଲେଟଗୁଡିକୁ ସର୍ବାଧିକ ୧୪ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ସହାୟକ ଚିକିତ୍ସା ସହିତ ଗ୍ରହଣ କରିଥିଲେ। ମୃଦୁ (୯୦ ରୋଗୀ) ଏବଂ ମଧ୍ୟମ (୬୦ ରୋଗୀ)ଙ୍କୁ ରୋଗର ଗମ୍ଭୀରତାକୁ ଆଧାର କରି ସ୍ତରଭୁକ୍ତ କରାଯାଇଥିଲା। ପରୀକ୍ଷା ପରେ ଏହା ସକାରତ୍ମକ ଫଳାଫଳ ଦେବା ସହ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା କହିଛି ଗ୍ଲେନମାର୍କ ।

By amfnews

Related Post