ନୂଆଦିଲ୍ଲୀ, ଅଗଷ୍ଟ ୦୮ : କେରଳର କୋଝିକୋଡ଼ରେ ବନ୍ଦେ ଭାରତ ମିଶନରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ହେବା ପରେ ୨ ଜଣ ପାଇଲଟଙ୍କ ସମେତ ୧୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ମୋଟ ୧୮୪ ଜଣ ଯାତ୍ରୀ ଏବଂ ଅନ୍ୟମାନେ ବିମାନର କ୍ରୁ ସଦସ୍ୟ । ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ଯାତ୍ରୀ ଓ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆମେରିକା, ପାକିସ୍ତାନ ଓ ଚୀନ ଦୁଃଖ ପ୍ରକାଶ କରିଛନ୍ତି ।
ଯାତ୍ରୀମାନଙ୍କୁ କୌଣସି ପ୍ରକାରର ସହାୟତା ଯୋଗାଇ ଦେବାଲାଗି ଶନିବାର ଦୁବାଇସ୍ଥିତ ଭାରତୀୟ ଦୂତାବାସ ଖୋଲା ରହିବ । ଦୁବାଇରେ ଭାରତୀୟ ଦୂତାବାସ ତରଫରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ଭାରତୀୟ ଦୂତାବାସ ତରଫରୁ କୁହାଯାଇଥିଲା ଯେ, କେରଳର ଯାତ୍ରା କରିଥିବା ସଂପର୍କିତ କୌଣସି ପ୍ରକାରର ସହାୟତା ଲାଗି ଅଥବା ବିମାନ ଦୁର୍ଘଟଣା ସଂପର୍କରେ କୌଣସି ପ୍ରକାରର ସୂଚନା ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ ମିଳିପାରିବ ।
ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି ଯେ, ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକ ଏବଂ ଆହତଙ୍କ ସଂପର୍କୀୟଙ୍କ ସହିତ ଅଛି । ଆମେରିକା ବିଦେଶ ମନ୍ତ୍ରାଳୟ ଏକ ବୟାନ ଜାରି କରି ଶୋକ ପ୍ରକାଶ କରିଛି । ଭାରତରେ ଆମେରିକୀୟ ଦୂତ କେନ ଜଷ୍ଟର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।