Fri. Mar 6th, 2026

କେରଳ ବନ୍ୟାଜନିତ ଜୀବନହାନି ଯୋଗୁଁ ଦୁଃଖ ପ୍ରକାଶ କଲା ଜାତିସଂଘ

564 Views

ଜାତିସଂଘ: କେରଳରେ ବନ୍ୟା ଯୋଗୁଁ ଘଟିଥିବା ଜୀବନହାନି ଏବଂ କ୍ଷୟକ୍ଷତି ପାଇଁ ବିଶ୍ୱ ସଙ୍ଗଠନ ଦୁଃଖିତ ବୋଲି ଜାତିସଂଘର ସାଧାରଣ ସଚିବ ଆଣ୍ଟୋନିଓ ଗଟେରେସ୍‌ ଏକ ବିବୃତିରେ କହିଛନ୍ତି। ପରିସ୍ଥିତି ଉପରେ ଜାତିସଂଘ ଦୃଷ୍ଟି ରଖିଛି ବୋଲି ସେ କହିଛନ୍ତି।

ଜାତିସଂଘର ପ୍ରଧାନ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ୍‌ କହିଛନ୍ତି: ଭାରତର କେରଳରେ ୧୦୦ ବର୍ଷ ମଧ୍ୟରେ ହୋଇଥିବା ସବୁଠୁ କଦର୍ଯ୍ୟ ବନ୍ୟାରେ ଜୀବନହାନୀ, କ୍ଷୟକ୍ଷତି ଏବଂ ସ୍ଥାନାନ୍ତର ଯୋଗୁଁ ଜାତିସଂଘ ଦୁଃଖିତ।

ଏକ ପ୍ରଶ୍ନର ଉତ୍ତର ଦେଇ ମୁଖପାତ୍ରଜଣକ କହିଛନ୍ତି ଯେ କେରଳ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ସହାୟତା ନିମନ୍ତେ ଭାରତ ଏ ପର୍ଯ୍ୟନ୍ତ ଜାତିସଂଘର ସହାୟତା ମାଗିନାହିଁ।

ସେ ଆହୁରି କହିଛନ୍ତି: ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରିବାକୁ ଭାରତର ସୁପରିଚାଳିତ ସାଧନ ଥିବାରୁ ସହାୟତା ପାଇଁ କୌଣିସ ଅନୁରୋଧ କରାଯାଇ ନାହିଁ।

କିନ୍ତୁ, ଆମ ଆଞ୍ଚଳିକ ଦଳ ଆବାସିକ ସହଯୋଗୀ ୟୁରି ଅଫାନାସିଏଭ୍‌ଙ୍କ ସହ ଯୋଗାଯୋଗ ମୁଁ ରଖିଛି, ଘଟଣାସ୍ଥଳରେ ଥିବା ସହଯୋଗୀମାନଙ୍କ ସହ ସେମାନେ ଯୋଗାଯୋଗ ରଖିଛନ୍ତି।

By amfnews

Related Post