Thu. Jan 23rd, 2025

କେରଳର ସାହାଯ୍ୟ ନିମନ୍ତେ ପାଣ୍ଠି ଏକାଠି କରିବାକୁ ବିଦେଶ ଯିବେ ଶଶି ଥରୁର, ନ୍ୟାୟାଳୟର ଅନୁମତି

By amfnews Aug 20, 2018 #Featured
337 Views

ନୂଆଦିଲ୍ଲୀ, ଅଗଷ୍ଟ ୨୦:

 କେରଳର ସାହାଯ୍ୟ ନିମନ୍ତେ କଂଗ୍ରେସ ସାଂସଦ ଶଶି ଥରୁର ଅନ୍ତରଷ୍ଟ୍ରୀୟ ସ୍ତରରେ ଫଣ୍ଡ ଏକାଠି କରିବା ନିମିତି ସଂଯୁକ୍ତ ରାଷ୍ଟ୍ର ସଂଙ୍ଘ ମୁଖ୍ୟାଳୟ ଗ୍ରସ୍ତ କରିବେ ବୋଲି ନ୍ୟାୟାଳୟଠାରୁ ଅନୁମତି ମାଗିଛନ୍ତି । ଦିଲ୍ଲୀ ପଟିୟାଲା ହାଉସ ତାଙ୍କ କଥାରେ ସହମତି ଜଣାଇଛନ୍ତି । ଏହି ବିଦେଶ ଗ୍ରସ୍ତ ସମୟରେ ସେ ସଂଯୁକ୍ତ ରଷ୍ଟ୍ର ସଂଙ୍ଘର ପୂର୍ବ ମହାସଚ୍ଚିବ କୋଫି ଅନାନଙ୍କ ନିଧନ ହେବା କାରଣରୁ ତାଙ୍କ ସମ୍ପର୍କୀୟଙ୍କ ସହ ଦେଖା କରିବେ ।

ସୂଚନାନୁଯାୟୀ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟାକାଣ୍ଡ ମାମଲାର ଶୁଶାଣୀ ଚାଲୁ ରହିଛି । ଏହି ସମୟରେ ନ୍ୟାୟାଳୟ ଶଶି ଥରୁରଙ୍କର ବିଦେଶ ଯିବା ଉପରେ ରୋକ ଲଗାଇଥିଲା । କିନ୍ତୁ ଥରୁର ବିଦେଶ ଯିବା ପାଇଁ ନିବେଦନ କରିଛନ୍ତି ଏବଂ କୋର୍ଟ ମଧ୍ୟ ଏନେଇ ଅନୁମତି ଦେଇ ସାରିଛି । କେରଳ ସାଂସଦ ଶଶି ଥରୁର ମତ୍ସ୍ୟଜୀବିଙ୍କୁ ପ୍ରଶଂସା କରି କହିଛନ୍ତି କି ସେମାନେ ଅଭାବ ଅସୁବିଧାରେ ରହିଥିଲେ ମଧ୍ୟ ଯବାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ନିଜ ନୌକା ସାହାଯ୍ୟରେ ଲୋକମାନଙ୍କୁ ଉଦ୍ଦାର କରିବା ପାଇଁ ସାହାଯ୍ୟ କରିଛନ୍ତି ।

By amfnews

Related Post