302 Views
ଭୁବନେଶ୍ୱର, ଅଗଷ୍ଟ ୨୦ :
କେରଳରେ ବନ୍ୟା ସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି । ରାଜ୍ୟରେ ପ୍ରାୟ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । କେରଳ ସରକାରଙ୍କୁ ସହଯୋଗ ତଥା ବିପନ୍ନଙ୍କ ସହାୟତା ପାଇଁ ବିଭିନ୍ନ ସଂସ୍ଥା ତଥା ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହା ସହ ବିଭିନ୍ନ ବ୍ୟକ୍ତି ବିଶେଷ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।
ଗତକାଲି ଓଡିଶା ସରକାର କେରଳ ବିପନ୍ନଙ୍କୁ ଅତିରିକ୍ତ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଆଜି ରାଜ୍ୟର ସମସ୍ତ ଆଇପିଏସ ଏବଂ ଆଇଏଏସ ଅଧିକାରୀ ଦିନକର ଦରମା ଅର୍ଥ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ଆଇପିଏସ୍ ଏବଂ ଆଇଏଏସ୍ ସଂଘ । ସୂଚନାଯୋଗ୍ୟ କି, ଗତକାଲି ଆନ୍ଧ୍ରପ୍ରଦେଶ ଆଇଏଏସ୍ ଅଧିକାରୀମାନେ ମଧ୍ୟ କେରଳ ବନ୍ୟା ପୀଡିତଙ୍କୁ ଦିନକର ଦରମା ଅର୍ଥ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।