Sun. Mar 8th, 2026

କେମିତି ଥିଲା ଇରାନର ମିସାଇଲ ମାଡ଼ ବେଳର ଦୃଶ୍ୟ, ଦେଖନ୍ତୁ ଭିଡିଓ

158 Views

ନୂଆଦିଲ୍ଲୀ: ମେଜର ଜେନେରାଲ କସିମ ସୁଲେମାନୀଙ୍କ ମୃତ୍ୟୁର ବଦଲା ନେବାକୁ ଆଜି ଇରାନ ପକ୍ଷରୁ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ୧୨ରୁ ଅଧିକ ମିସାଇଲ ମାଡ଼ ହୋଇଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।

ତେବେ ଇରାନ ମସାଇଲ ମାଡ଼ କରିବା ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ହମଲା କେତେ ଭୟଙ୍କର ଥିଲା, ତା’ର ଦୃଶ୍ୟ ରହିଛି। ଭିଡିଓଟି ରାତିର ଘନ ଅନ୍ଧକାର ମଧ୍ୟରେ ମୋବାଇଲ ଦ୍ୱାରା ଶୁଟିଂ ହୋଇଛି।

ଏଥିରେ ମିସାଇଲ ଯେଉଁଭଳି ନିଆଁ ପିଣ୍ଡୁଳା ନେଇ ଗତି କରେ ସେଭଳି ଚିତ୍ର ରହିଛି। ମିସାଇଲ ଟାର୍ଗେଟରେ ମାଡ଼ ହେବା ପରେ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଶବ୍ଦ ଶୁଣିବା ପରେ ମୋବାଇଲରେ ଦୃଶ୍ୟକୁ ଶୁଟିଂ କରୁଥିବା ଲୋକମାନେ ଚିତ୍କାର କରିବା ସହ ସେଠାରୁ ଦୌଡ଼ିବାକୁ ଲାଗିଛନ୍ତି। ମାଡ଼ ହେବା ପରେ ସେଠାରୁ ପ୍ରବଳ ଧୂଆଁ ବାହାରୁ ଥିବା ମଧ୍ୟ ଦେଖିବାକୁ ମିଳୁଛି।

By amfnews

Related Post