Sat. Mar 7th, 2026

କେବିସିରେ 25 ଲକ୍ଷ ଜିତିଲେ କୋରାପୁଟର ରବି କୁମାର।

233 Views

ପୁଣିଥରେ ଜାତୀୟ ମଞ୍ଚରେ ଓଡିଶା ପାଇଁ ଗୈାରବ ଆଣିଛନ୍ତି ଓଡିଆ ପୁଅ. ଲୋକପ୍ରିୟ ଟିଭି ସୋ’ କୌନ୍ ବନେଗା କରୋଡପତି’ ରେ ଭାଗ ନେଇ କୋରାପୁଟ ଜିଲ୍ଲାର ନାମବଳ ରବି କୁମାର ଜିତିଛନ୍ତି 25 ଲକ୍ଷ ଟଙ୍କା. ସେ Fastest Finger First roundରେ କ୍ୱାଲିଫାଏ କରି କେବିସିର ହଟ୍ ସିଟ୍ ରେ ବସିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ. କେବିସିରେ ଭାଗ ନେବା ତାଙ୍କ ପାଇଁ ସ୍ୱପ୍ନ ଥିଲା ଓ ଅମିତାଭଙ୍କ ସହ ଭେଟ ମଧ୍ୟ ତାଙ୍କର ଏକ ବଡ ସ୍ୱପ୍ନ ଥିବା ସେ କହିଛନ୍ତି. କେବିସି ସୋ’ ରେ ଭାଗନେବା ପାଇଁ ରବିଙ୍କୁ ସାଙ୍ଗ, ପତ୍ନୀ ଓ ସହକର୍ମୀ ଉତ୍ସାହିତ କରିଥିଲେ. ଏହାର ସୁଯୋଗ ପାଇ ସେ ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଛନ୍ତି. ସେ 4ଟି ଲାଇଫଲାଇନ ବ୍ୟବହାର କରି 13 ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ. ଯେଉଁଥିପାଇଁ ରବି 25 ଲକ୍ଷ ଟଙ୍କା ଜିତି ପାରିଲେ. ତେବେ ଏହି ଟଙ୍କାକୁ ସେ ତାଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚରେ ଲଗାଇବେ ବୋଲି କହିଛନ୍ତି

By amfnews

Related Post