Sun. Nov 24th, 2024

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୭ ଲକ୍ଷ ପଦ ଖାଲି, ରେଳ ବିଭାଗରେ ଖାଲି ପଡ଼ିଛି ୨.୫ ଲକ୍ଷ ନିଯୁକ୍ତି

By amfnews Jul 4, 2019 #Featured
101 Views

ନୂଆଦିଲ୍ଲୀ, ଜୁଲାଇ ୪ : କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦ ଖାଲି ପଡ଼ି ରହିଛି । କେବଳ ରେଳ ବିଭାଗରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ପଦ ଖାଲି ରହିଛି । ୨୦୧୯ ମାର୍ଚ୍ଚ ମାସ ଯାଏଁ ଏହି ପଦ ପୂରଣ ହୋଇ ନାହିଁ ବୋଲି ସଂସଦରେ ଏସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଶ ଗଙ୍ଗୱାର । ତେବେ ଏହାର କାରଣ କ’ଣ ତାହାର ଉତ୍ତର ରଖି ନାହାଁନ୍ତି ମନ୍ତ୍ରୀ ।

୨୦୧୮ ମାର୍ଚ୍ଚ ପର୍ୟ୍ୟ ନ୍ତ କେତେ ପଦ ଖାଲି ରହିଛି ଓ ଏହାକୁ ପୂରଣ କରିବାକୁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ଦୀପକ ବୈଜ ଓ ବିଜେପି ସଦସ୍ୟ ଦର୍ଶନା ଜରଦେଶ । ମନ୍ତ୍ରୀ ଶ୍ରୀ ଗଙ୍ଗୱାର ଏହାର ଉତ୍ତରରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦ ଖାଲି ପଡ଼ି ରହିଛି । କେବଳ ରେଳ ବିଭାଗରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ପଦ ଖାଲି ରହିଛି ।  ଏହି ପଦ ଗୁଡ଼ିକର ପୂରଣ ପାଇଁ ସରକାର ପ୍ରାଥିମିକ ସ୍ତରରେ ପଦକ୍ଷେପ ନେଇଛନ୍ତି । ଏତତବ୍ୟତୀତ ନିଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ଖାଲି ପଦଗୁଡ଼ିକୁ ପୂରଣ କରିବା ଏକ ନିରନ୍ତର ପ୍ରକ୍ରିୟା ଅଟେ । କେତେ ପଦବୀ ଖାଲି ରହିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡ଼ିକ ସୁନିଶ୍ଚିତ କଲେ ନିଯୁକ୍ତି ଦିଆଯିବ ।

୨୦୧୮ ମାର୍ଚ୍ଚ ପହିଲା ଯାଏଁ ୬.୪ ଲକ୍ଷ ପଦ ଖାଲି ପଡ଼ିଥିଲା । ସ୍ୱୀକୃତ ପ୍ରାପ୍ତ ପଦରେ ୩୮.୦୩ ଲକ୍ଷ ଖାଲି ଥିବାବେଳେ ସେଥିରୁ ମାତ୍ର ୩୧.୧୯ ଲକ୍ଷ ପୂରଣ ହୋଇପାରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ରେଳ ବିଭାଗରେ ୫.୮୫ ଲକ୍ଷ ସ୍ୱୀକୃତି ପ୍ରାପ୍ତ ପଦରୁ  ୧.୮୭ ପଦ ଖାଲି ରହିଛି ।

By amfnews

Related Post