Mon. Nov 25th, 2024

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୧୫ ଜାନୁଆରୀରୁ ପିନ୍ଧିବାକୁ ହେବ ସ୍ୱତନ୍ତ୍ର ହେଲମେଟ୍!

By amfnews Dec 25, 2018 #Featured
239 Views

ନୂଆଦିଲ୍ଲୀ, ଡିସେମ୍ବର ୨୫ : ଟ୍ରାଫିକ ନିୟମ ଉଲଂଘନ କରିବା ଏବଂ ହେଲମେଟ ନପିନ୍ଧିବା ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏଥି ପାଇଁ ପରିବହନ ବିଭାଗ ତରଫରୁ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ କରାଯାଉଛି । ଗାଡ଼ିରେ ଯିବା ବେଳେ ହେଲମେଟ ପିନ୍ଧନ୍ତୁ ବୋଲି ପରାମର୍ଶ ଦିଆଯାଉଛି । ଅନ୍ୟପକ୍ଷରେ ଚାଲାଣରୁ ବଂଚିବା ପାଇଁ ଲୋକମାନେ ବଜାରରୁ ଶସ୍ତା ହେଲମେଟ କିଣୁଛନ୍ତି । ନୂଆ ବର୍ଷରୁ ବାହାନ ଚାଳକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ହେଲମେଟର ଗୁଣବତ୍ତାକୁ ନେଇ ମାନକ ନିର୍ଦ୍ଧାରଣ କରିଛନ୍ତି ।

ଜାନୁଆରୀ ୧୫ରୁ ଏମିତି ହେଲମେଟ ପିନ୍ଧନ୍ତୁ

ଇୁ୍ୟରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଟ (ବିଆଇଏସ) ଆଇଏସ ୪୧୫୧:୨୦୫୧

-ହେଲମେଟ ଓଜନ ୧.୨ କିଲୋଗ୍ରାମରୁ ଅଧିକ ନହେବା ଦରକାର

-ବିନା ଆଇଏସଆଇ ମାର୍କା ହେଲମେଟ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜାନୁଆରୀ ୧୫ରୁ କେବଳ ଆଇଏସଆଇ ପ୍ରମାଣିତ ହେଲମେଟ ହିଁ ବିକ୍ରି କରାଯାଇ ପାରିବ । ହେଲମେଟ ଉତ୍ପାଦନକାରୀ କମ୍ପାନୀ ମାନକକୁ ପାଳନ କରିବାକୁ ପଡ଼ିବ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ବିନା ଆଇଏସଆଇ ହେଲମେଟ ବିକ୍ରିି କରୁଥିବା ବିକ୍ରେତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଏବଂ ୨ ଲକ୍ଷ ଟଙ୍କା ଜରିମାନା ହେବ ।

ନୂଆ ନିୟମ ଅନୁସାରେ, ହେଲମେଟ ଉତ୍ପାଦନ କରୁଥିବା କମ୍ପାନୀ, ଦୋକାନୀଙ୍କ ବିରୋଧରେ ବିନା କୌଣସି ୱାରଣ୍ଟରେ ଗିରଫ କରାଯାଇପାରିବ । ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁଇ ଚକିଆ ହେଲମେଟ ମ୍ୟାନୁଫେକଚର ଆସୋସିଏସନ ସ୍ୱାଗତ କରିଛି । ସଂଗଠନ କହିଛି, ଯେପରି ନକଲି ଔଷଧ ବିଷ ପରି ଲାଗିଥାଏ, ସେହିଭଳି ବିନା ଆଇଏସଆଇ ହୋଲମାର୍କ ଯୁକ୍ତ ହେଲମେଟ ନକଲି ହିଁ ହୋଇଥାଏ ।

By amfnews

Related Post