Tue. Dec 24th, 2024

କେନ୍ଦ୍ର ମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜରଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା

By amfnews Aug 27, 2020 #Featured
132 Views

ନୂଆଦିଲ୍ଲୀ, ଅଗଷ୍ଟ ୨୭  : ଦେଶରେ ଦିନକୁ ଦିନ ବଢୁଥିବା କରୋନା ମଧ୍ୟରେ ପୁଣି ଆଉ ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଭାଇରସର ଶିକାର ହୋଇଛନ୍ତି । କରୋନା ଜୀବାଣୁ ବିସ୍ତାର ମଧ୍ୟରେ କେନ୍ଦ୍ର ମନ୍ତ୍ରୀ କୃଷ୍ଣ ପାଲ ଗୁର୍ଜର କୋଭିଡ -19 ସଂକ୍ରମିତ ହୋଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନିଜେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସ୍ୱାସ୍ଥ୍ୟ ସମସ୍ୟାକୁ ଗମ୍ଭୀରତାର ସହିତ ନେଇ ମୁଁ କରୋନା ପରୀକ୍ଷା କରିଥିଲି, ଯାହାର ରିପୋର୍ଟ ପଜେଟିଭ ଆସିଛି | ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶରେ ଚିତ୍କିସା ଚାଲିଛି । ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା କିମ୍ୱା ମୋ ସହିତ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ସେମାନେ ନିଜକୁ ଆଇସୋଲେସନ କରି ରଖନ୍ତୁ ଏବଂ ଲକ୍ଷଣ ପ୍ରକାଶ ହେଲେ କରୋନା ପରୀକ୍ଷା କରାଇ ନିଅନ୍ତୁ ।

By amfnews

Related Post