295 Views
ନୂଆଦିଲ୍ଲୀ, ଅଗଷ୍ଟ ୩୧ :
ସାର୍ବଜନିକ ବିଜ୍ଞାପନ ଜାରି କରିବାରେ ଶୀର୍ଷ ଅଦାଲତର ନିୟମ ଭଙ୍ଗ କରିବା ଅଭିଯୋଗରେ ସୁପ୍ରିମ କୋର୍ଟ କେନ୍ଦ୍ର, ବିଜେପି ସମେତ ୬ଟି ରାଜ୍ୟକୁ ନୋଟିସ ପାଠାଇଛନ୍ତି । ଏହି ତାଲିକାରେ ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଝାଡଖଣ୍ଡ ସାମିଲ ଅଛନ୍ତି ।
ସୂଚନାନୁଯାୟୀ, ସୁପ୍ରିମ କୋର୍ଟ ଏହି ନୋଟିସ୍ ଆପ୍ ବିଧାୟକ ସଞ୍ଜୀବ ଝାଙ୍କ ପିଟିସନ୍ ଉପରେ ଜାରି କରିଛନ୍ତି । ଏହି ପିଟିସନରେ କୁହାଯାଇଛି କି, ବିଜେପି ଶାସିତ ରାଜ୍ୟରେ ସରକାର ରାଜନୈତିକ ନେତାଙ୍କର ପ୍ରଚାର ନିମନ୍ତେ ପ୍ରକାଶ କରୁଥିବା ବିଜ୍ଞାପନ ଗୁଡିକରେ ସାଧାରଣ ଜନତାଙ୍କ ଟଙ୍କାର ଦୂରୁପଯୋଗ କରାଯାଉଛି । ଏହା ସୁପ୍ରିମ କୋର୍ଟ ନିୟମର ଉଲଙ୍ଘନ । କୋର୍ଟ ସେମାନଙ୍କୁ ଚାରି ସପ୍ତାହ ମଧ୍ୟରେ ଏହାର ଉତର ଦେବା ପାଇଁ କହିଛନ୍ତି ।