Fri. Nov 8th, 2024

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା, ପୁଣି ଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି

By amfnews Sep 13, 2020 #Featured
172 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିଗତ କିଛି ଦିନ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅମିତ ଶାହାଙ୍କୁ ପୁଣି ଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି ଏମ୍ସରେ ଭତ୍ତି କରାଯାଇଥିବା ଜଣାଯାଇଛି । ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ବିଗତ ଦିନରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଚିକିତ୍ସା ପରେ ସେ ନେଗେଟିଭ ଚିହ୍ନଟ ହୋଇ ଘରକୁ ଆସିଥିଲେ । କିନ୍ତୁ ଏଥର ପୁଣି ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ପୁଣି ଥରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସରୁ ସୁସ୍ଥ ହେବା ପରେ ଅମିତ ଶାହା ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମ୍ସ ପକ୍ଷରୁ ମିଳିଥିବା ସୂତ୍ର ଅନୁସାରେ କିଛି ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଲେ, ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ଭଲ ହୋଇଯିବ । ଡାକ୍ତରୀ ଟିମ ଶ୍ରୀ ଶାହାଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି । ତାଙ୍କୁ ଏମ୍ସର କାର୍ଡିଓ ନ୍ୟୁରୋ ଟାୱରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମସ୍ଥିିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରି ଭଲ କରିଥିଲେ । ଅଗଷ୍ଟ ୧୪ରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ଡାକ୍ତରୀ ଟିମ ତାଙ୍କୁ ହୋମ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ ।

By amfnews

Related Post