Thu. Jan 23rd, 2025

କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଚିକିତ୍ସା ବିଭାଗ ବୁଲି ରୋଗୀଙ୍କ ସହ ଆଲୋଚନା କଲେ

By amfnews Oct 15, 2019 #Featured
213 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିବା ଜଣାଯାଇଛି। ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଡାକ୍ତରଖାନାର ଚକ୍ଷୁ ଚିକିତ୍ସା ବିଭାଗ ବୁଲିବା ସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେ ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଇଚ୍ଛାପୁର ଶ୍ୟାମଗୁଡିଆସ୍ଥିତ ନିର୍ମାଣାଧୀନ ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଗାମୀ ୪ମାସ ଭିତରେ ଚିକିତ୍ସାଳୟ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଭି.କେ ପାଣ୍ଡିଆନ
ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି l ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାର ଉଦଘାଟନ ହେବ ବୋଲି ଜଣାଯାଇଛିl

ଏଥିରେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ ଜାତୀୟ ସ୍ବାସ୍ଥ୍ୟ ମିସନ  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।ଏହାପରେ ଭି.କେ ପାଣ୍ଡିଆନ୍ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀଜୀଉଙ୍କର  ଦର୍ଶନ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଏବେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍ । ଜିଲ୍ଲାରୁ ଜିଲ୍ଲାକୁ ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ସିଧାସଳଖ ଆଲୋଚନା କରୁଛନ୍ତି । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ ।

By amfnews

Related Post