Sat. Mar 7th, 2026

କେନ୍ଦ୍ରାପଡ଼ାରେ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର

213 Views

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରଠାରୁ ଅଳ୍ପ ଦୂରରେ ଥିବା ଏକ ଗାଁରୁ ଆସିଛି ଦୁଃଖଦ ଖବର। ସେହି ଗାଁର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁର ଏକ ଘର ଭିତରୁ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ନାମ ଅନସୂୟା ସିଂହ ବୋଲି ଜଣାଯାଇଛି। ଅନସୂୟା ସିଂହଙ୍କର ବୟସ ୫୨ ବର୍ଷ ବୋଲି ଜଣାଯାଇଛି।
ଅନସୂୟାଙ୍କ ସ୍ବାମୀ ସୁରେନ୍ଦ୍ର ପ୍ରସାଦ ସିଂହଙ୍କ କହିବା ଅନୁଯାୟୀ ସେ ଆଜି ଭୋର ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ନିଜ ଦେହରେ କିରାସିନି ଢ଼ାଳି ସେଥିରେ ନିଆଁ ଲଗାଇ ଦେଇଥିଲେ। ଅନସୂୟା ଜଣେ ମାନସିକବିକାର ଗସ୍ତ ମହିଳା ବୋଲି ବି ସେ କହିଛନ୍ତି। ସେମାନଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ୪ ଝିଅ ବିବାହିତା ବୋଲି ଜଣାଯାଇଛି।

ସୁରେନ୍ଦ୍ର ପ୍ରସାଦ ସିଂହ ଜଣେ ଟେଲର।ସେ ଅଭାବ ଅନାଟନ ଦେଇ ଗତି କରୁଥିବା କହିଛନ୍ତି। ପ୍ରାୟ ଦୁଇ ମାସତଳେ ଅନସୂୟା ବ୍ଲିଚିଂ ପାଉଡର୍ ଖାଇ ଦେଇଥିଲେ। ଏଥଲାଗି ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୮ ଦିନ ଚିକିତ୍ସିତ ହେବାପରେ ଘରକୁ ଅନସୂୟାଙ୍କୁ ଅଣାଯାଇଥିଲା।

By amfnews

Related Post