Tue. Mar 10th, 2026

କେନାଲରେ ଭାସୁଥିବା ଶବ ଉଦ୍ଧାର

224 Views

ବାଲେଶ୍ବର: ଆଜି ବାଲେଶ୍ବର ଜିଲ୍ଲାର ସଦର ଥାନା ଅଞ୍ଚଳରେ ପାଣିରେ ଭାସୁଥିବା ଏକ ଶବ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ସଦର ଥାନା ଅଧୀନରେ ଆସୁଥିବା ସାନୁଆ ପଞ୍ଚାୟତରେ ଥିବା ଏକ କେନାଲରେ ଜଣେ ଲୋକର ମୃତ ଶରୀର ଭାସୁଥିବାର ଦେଖିବାକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ସେମାନେ ସଦର ଥାନାକୁ ଏସଂପର୍କରେ ସୂଚନା ଦେଇଥିଲେ। ତାପରେ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାଯାଇଛି। ମୃତ ବ୍ୟକ୍ତିଙ୍କର ଏଯାବତ୍ ପରିଚୟ ମିଳିନାହିଁ।  ଏହି ଘଟଣାକୁନେଇ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

By amfnews

Related Post