184 Views
ନୂଆଦିଲ୍ଲୀ, ନଭେମ୍ବର ୫: ଉତରାଖଣ୍ଡର ବଦ୍ରିନାଥ ଏବଂ କେଦାରନାଥରେ ଗତ ତିନିଦିନ ଧରି ଲଗାତାର ଭାବେ ତୁଷାରପାତ ଅନୁଭୂତ ହେଉଛି । ଫଳରେ ସେହି ଅଂଚଳର ତାପମାତ୍ରା ବିଯୁକ୍ତ ୫ ଡିଗ୍ରୀରେ ପହଁଚିଛି । ଗତ କିଛିଦିନ ମଧ୍ୟରେ ଏଠାରେ ପ୍ରାୟ ଦେଢ ଫୁଟର ବରଫ ଜମି ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳୀ ଅବସରରେ କେଦାରନାଥ ଦର୍ଶନ କରିବାକୁ ଯାଉଛନ୍ତି । କିନ୍ତୁ ବରଫପାତ ହେତୁ ସମସ୍ତ ପ୍ରସ୍ତୁତି ଉପରେ ରୋକ ଲଗାଯାଇଛି । ଏହା ସହ ମୋଦୀ କେଦାରପୁରୀ କାର୍ଯ୍ୟକୁ ନିରୀକ୍ଷଣ କରିବେ ।
କୁହାଯାଉଛି କି, ପ୍ରଥମଥର ପାଇଁ ନଭେମ୍ବର ମାସର ପ୍ରଥମ ସପ୍ତାହରେ ଏତେ ମାତ୍ରାରେ ବରଫପାତ ହୋଇଛି । ପାଣିପ।ଗ ବିଭାଗ ଆଗାମୀ ୨୪ ଘଂଟାରେ ପ୍ରବଳ ବେଗରେ ପବନ ବହିବା ସହ ତୁଷାରପାତ ହେବ ବୋଲି ସୂଚନା ଦେଇଛି । ଆହୁରି ମଧ୍ୟ ୩୫୦୦ ମିଟର କିମ୍ବା ଏହାଠାରୁ ଅଧିକ ଉଚ୍ଚରେ ଥିବା ଅଂଚଳରେ ବରଫପାତ ସହ ଥଣ୍ଡାର ପ୍ରକୋପ ବଢିବାର ସମ୍ଭାବନା ରହିଛି ।